Get Updates
Get notified of breaking news, exclusive insights, and must-see stories!

ବିଦ୍ୟୁତ ଯାନ ମାଲିକମାନଙ୍କୁ ସବସିଡି ସିଧାସଳଖ ପୋର୍ଟାଲ ମାଧ୍ୟମରେ ପ୍ରଦାନ କରାଯିବ

ଭୁବନେଶ୍ବର: ବିଦ୍ୟୁତ ଯାନ ମାଲିକମାନଙ୍କୁ ରାଜ୍ୟ ସରକାରଙ୍କ ସବସିଡିସିଧାସଳଖଭାବେ ଏହି ପୋର୍ଟାଲ ମାଧ୍ୟମରେ ପ୍ରଦାନ କରାଯିବ । ଏଥି ପାଇଁ ସେମାନଙ୍କୁ ଆର୍.ଟି.ଓ ଅଫିସକୁ ଦୌଡିବାକୁ ପଡିବ ନାହିଁ। ରାଜ୍ୟରେ ପରିବେଶ ଅନୁକୂଳ ବିଦ୍ୟୁତ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ଉଦ୍ଧିଷ୍ଟ ବିଦ୍ୟୁତ ଯାନ ନିୟାମକ-୨୦୨୧ର ତ୍ୱରାନିତ୍ୱ କାର୍ୟ୍ୟାନ୍ୱୟନ ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଦ୍ୟୁତ ଯାନ ସବସିଡି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ।

e-vehicle

ପୋର୍ଟାଲକୁ ବ୍ଯାଙ୍କର ଅନଲାଇନ ପେମେଣ୍ଟ୍ ବ୍ୟବସ୍ଥା ସହ ସଂଯୋଗ କରି ପୂର୍ଣ୍ଣମାତ୍ରାରେ ସ୍ୱୟଂକ୍ରୀୟ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଆଜି ମଧ୍ୟ ମୁଖ୍ୟ ଶାସନ ସଚିବ ପ୍ରଥମଥର ଭୁବନେଶ୍ୱର ଆର୍.ଟି.ଓ-୨ ରେ ପଞ୍ଜୀକୃତ ୨ ଚକିଆ ବିଦ୍ୟୁତ ଯାନ ମାଲିକ ତ୍ରିଲୋଚନ ବେହେରାଙ୍କୁ ସବସିଡିପ୍ରଦାନର ମଞ୍ଜୁରୀ ଦେଇଥିଲେ । ପୋର୍ଟାଲ ବିଷୟରେ ସୂଚନା ଦେଇ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ କହିଥିଲେ ଯେ ଓଡ଼ିଶାର ବିଦ୍ୟୁତ ଯାନ ନିୟାମକ ଏକ ପ୍ରଗତିଶୀଳ ଏବଂ ଆଗୁଆ ନିୟମ ଏହାର ସରଳ ଓ ସୁବିଧାଜନକ କାର୍ୟ୍ୟାନ୍ୱୟନ ନିମନ୍ତେ ଏନ୍.ଆଇ.ସି.ଙ୍କ ବୈଷୟିକ ସହାୟତାରେ ପ୍ରସ୍ତୁତ ୱେବ୍ ପୋର୍ଟାଲ ମଧ୍ୟ ଦେଶରେ ସର୍ବ ପ୍ରଥମ । ପରିବହନ ଆୟୁକ୍ତ ଶ୍ରୀ ଅରୁଣ କୁମାର କହିଥିଲେ ଯେ ବିଦ୍ୟୁତ ଯାନ ମାଲିକମାନଙ୍କୁ ରାଜ୍ୟ ସରକାରଙ୍କ ସବସିଡିସିଧାସଳଖଭାବେ ଏହି ପୋର୍ଟାଲ ମାଧ୍ୟମରେ ପ୍ରଦାନ କରାଯିବ । ଏଥି ପାଇଁ ସେମାନଙ୍କୁ ଆର୍.ଟି.ଓ ଅଫିସକୁ ଦୌଡିବାକୁ ପଡିବ ନାହିଁ । ଶ୍ରୀ ବୋଥ୍ରା ଆହୁରି ମଧ୍ୟ କହିଥିଲେ ଯେ ୧.୯.୨୦୨୧ ପରଠାରୁ କିଣା ଯାଇଥିବା ସମସ୍ତ ବିଦ୍ୟୁତ-ଯାନ ଏହି ସବସିଡିପାଇବେ । ନିୟାମକ ଅନୁସାରେ ଏହି ବ୍ୟବସ୍ଥା ଆସନ୍ତା ୪ ବର୍ଷ ପର୍ୟ୍ୟନ୍ତ ବଳବତ୍ତର ରହିବ ।

ନିୟାମକ ବ୍ୟବସ୍ଥା ଅନୁଯାୟୀ ୨ ଚକିଆ ଯାନ ସର୍ବାଧିକ ୫ ହଜାର, ତିନି ଚକିଆ ଯାନ ସର୍ବାଧିକ ୧୦ ହଜାର, ଏବଂ ଚାରି ଚକିଆ ଯାନ ସର୍ବାଧିକ ୫୦ ହଜାର ସବସିଡିପାଇବେ । ତେବେ ୨ ଚକିଆ ଯାନ ସବସିଡି ପାଇବା ନିମନ୍ତେ ''ଫାଷ୍ଟର ଆଡପ୍ସନ୍ ଆଣ୍ଡ୍ ମାନୁଫାକ୍ଚରିଂ ଅଫ୍ ଇଲେକ୍ଟ୍ରିକ୍ ଭେଇକିଲ ସ୍କିମ୍'' ର ନିର୍ଦ୍ଧାରିତ ସର୍ତ୍ତ ପୁରଣ କରିବା ଆବଶ୍ୟକ । ସୂଚନା ଯୋଗ୍ୟ, ବିଦ୍ୟୁତ ଯାନ ପାଇଁ ରାଜ୍ୟ ସରକାର ଗାଡ଼ି ପଞ୍ଜୀକରଣ ଦେୟ ସଂପୂର୍ଣ୍ଣ ଛାଡ କରିଛନ୍ତି । ବର୍ତ୍ତମାନ ବିଦ୍ୟୁତ ଗାଡିର ମାଲିକମାନେ ଏହି ସୁବିଧା ପାଉଛନ୍ତି । ଦରଖାସ୍ତର ସତ୍ୟାରୋପନ ବାହାନ ପୋର୍ଟାଲ୍ରେ ପଞ୍ଚୀକୃତ ତଥ୍ୟ ଅନୁଯାୟୀ ସ୍ୱୟଂକ୍ରିୟ ଉପାୟରେ ହେବ । ଗାଡି ମାଲିକ ନିଜର ବ୍ୟାଙ୍କ୍ ଆକାଉଣ୍ଟ୍ ତଥ୍ୟ ଦେଲେ ସବସିଡିରାଶି ସିଧାସଳଖ ତାଙ୍କ ଆକାଉଣ୍ଟ୍କୁ ଯିବ ଏବଂ ସବସିଡିପ୍ରଦାନ ବିଷୟରେ ତାଙ୍କୁ ଏସ୍.ଏମ୍.ଏସ୍. ମାଧ୍ୟମରେ ସୂଚନା ପଠାଇ ଦିଆଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+