ଆସନ୍ତା ୯ରେ ବାତ୍ୟା ଆସିବା ସମ୍ଭାବନା: ରାଜସ୍ବ ମନ୍ତ୍ରୀ କହିଲେ, ମୁକାବିଲା ପାଇଁ ସରକାର ପ୍ରସ୍ତୁତ
ଭୁବନେଶ୍ୱର: ଏଥର ମେ'ରେ ବି ଆସୁଛି ବାତ୍ୟା । ପାଣିପାଗ ବିଭାଗ ଆଜି ଦେଇଥିବା ଅଦ୍ୟତନ କହୁଛି ଯେ, ଆସନ୍ତା ୬ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୭ ବେଳକୁ ଲଘୁଚାପର ରୂପ ନେବ । ୮ ତାରିଖକୁ ଅବପାତରେ ପରିଣତ ହେବ । ପର ଦିନ ଅର୍ଥାତ ୯ ତାରିଖରେ ଏହା ଏକ ଭୀଷଣ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ ଓଡିଶାରେ ପଡିବା କି ନାହିଁ ଏବେଠୁ ଏହା ସ୍ପଷ୍ଟ କରି ହେବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ସରକାର ପୁରା ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମନ୍ତ୍ରୀଙ୍କ କହିବା ଅନୁଯାଇ, ଲଗାତାର ଭାବେ ମେ ମାସରେ ବାତ୍ୟା ହେଉଛି । ତେଣୁ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଭାଗ ସଜାଗ ଅଛନ୍ତି । ସବୁ ଜିଲ୍ଲପାଳଙ୍କୁ ଆଲର୍ଟରେ ରଖାଯାଉଛି । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଜିଲ୍ଲାପାଳ ଅଫିସ ଓ ରାଜ୍ୟସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।












Click it and Unblock the Notifications