ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ଆଲର୍ଟରେ ଅଛନ୍ତି ଜିଲ୍ଲାପାଳ: ମୁଖ୍ୟ ଶାସନ ସଚିବ

ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳ ମାନଙ୍କୁ ଆଲର୍ଟରେ ରଖାଯାଇଛି । ସମ୍ଭାବ୍ୟ ବାତ୍ୟାର ଦିଗ ଜାଣା ପଡିନାହିଁ । ଆଗାମୀ ଦୁଇ ଦିନ ମଧ୍ୟରେ ଜଣାପଡିବ । ସେହି ଅନୁସାରେ ଆମେ ପଦକ୍ଷେପ ନେବୁ ବୋଲି ମୁଖ୍ୟ ଶାସନ ସଚ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳ ମାନଙ୍କୁ ଆଲର୍ଟରେ ରଖାଯାଇଛି । ସମ୍ଭାବ୍ୟ ବାତ୍ୟାର ଦିଗ ଜାଣା ପଡିନାହିଁ । ଆଗାମୀ ଦୁଇ ଦିନ ମଧ୍ୟରେ ଜଣାପଡିବ । ସେହି ଅନୁସାରେ ଆମେ ପଦକ୍ଷେପ ନେବୁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

Chief Secretary

ମୁଖ୍ୟ ଶାସନ ସଚିବ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ।ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟରେ ରଖାଯାଇଛି ।

ସୂଚନାଥାଉ କି, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୬ ତାରିଖ ସୁଦ୍ଧା ତାହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ବାତ୍ୟା ନେଇ ସଠିକ୍‌ ଆକଳନ କରି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।

Cyclone

ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶର ଉପକୂଳରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ଯଦି ନେବ, ଏହାର ପ୍ରଭାବ କେତେ ରହିବ, କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ, ବାତ୍ୟା ନେଇ ସ୍ପଷ୍ଟ ଆକଳନ କରିହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+