ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ: ସ୍ୱାସ୍ଥ୍ୟମନ୍ତ୍ରୀ

ତୃତୀୟ ଲହରକୁ ଦୃଷ୍ଟିରେ ରଖି ସବୁ ପ୍ରସ୍ତୁତି ସରିଥିବା କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଓଡିଶାରେ ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରତିଦିନ ୧୦ରୁ ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିବ । ତାକୁ ଆଧାର କରି ଟାକ୍ସଫୋର୍ସ ଗଠନ ହୋଇଛି ।

ଭୁବନେଶ୍ୱର: ତୃତୀୟ ଲହରକୁ ଦୃଷ୍ଟିରେ ରଖି ସବୁ ପ୍ରସ୍ତୁତି ସରିଥିବା କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଓଡିଶାରେ ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରତିଦିନ ୧୦ରୁ ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିବ । ତାକୁ ଆଧାର କରି ଟାକ୍ସଫୋର୍ସ ଗଠନ ହୋଇଛି । ଯାହା ଷ୍ଟେଟ ଟାକ୍ସଫୋର୍ସ, ଡିଷ୍ଟ୍ରିକ ଟାକ୍ସଫୋର୍ସ ।

Health Minister

ଛୋଟ ପିଲା ଅଧିକ ଆକ୍ରାନ୍ତ ସମ୍ଭାବନା ଥିବାରୁ ସେଥିପାଇଁ ମଧ୍ୟ ମେଡିକାଲର ସମସ୍ତ ବ୍ୟବସ୍ଥା ହୋଇଛି। ଏହା ସହିତ ଆଗକୁ ପାର୍ବଣ ଋତୁ ଥିବାବେଳେ ସମସ୍ତେ ମାସ୍କ ବ୍ୟବହାର କରନ୍ତୁ ଏବଂ କୋଭିଡ ନିୟମ ପାଳନ କଲେ କରୋନାର ତୃତୀୟ ଲହରକୁ ହରାଇପାରିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ସମ୍ଭାବ୍ୟ ତୃତୀୟ ଲହରରେ ରାଜ୍ୟରେ ପ୍ରାୟ ୯୨ହଜାର ଶିଶୁ କରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ତୃତୀୟ ଲହରକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି।

ଶିଶୁ ଭବନ ମଧ୍ୟ ପ୍ରସ୍ତୁତ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ୫୦ ପ୍ରତିଶତ ବେଡ ତୃତୀୟ ଲହର ପାଇଁ ପ୍ରସ୍ତୁତ ରଖିବା ପାଇଁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଦରକାର ପଡିଲେ କଣ୍ଟେନମେଣ୍ଟ ଜୋନ ମଧ୍ୟ କରାଯିବ । ମୁଖ୍ୟମନ୍ତ୍ରୀ ନିଜେ ତୃତୀୟ ଲହରକୁ ମନିଟର କରୁଥିବା ମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି । ସମ୍ବଲପୁରରେ ପଣ୍ଡା ବିକାଶ କ୍ୟାନସର ହସ୍ପିଟାଲର ଉଦଘାଟନ ସମୟର ଏହି ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+