ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର: ମୁତୟନ ହେବେ ଏନଡିଆରଏଫ, ଓଡ୍ରାଫ, ଫାୟାର ଟିମ୍
ରାଜ୍ୟରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନାଙ୍କ ସୂଚନା । ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତ ଅଛନ୍ତି ସରକାର । ବନ୍ୟା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରେ ମୃତୟନ ହେବେ NDRF, ଓଡ୍ରାଫ, ଫାୟାର ଟିମ୍ ।
ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନାଙ୍କ ସୂଚନା । ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତ ଅଛନ୍ତି ସରକାର । ବନ୍ୟା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରେ ମୃତୟନ ହେବେ NDRF, ଓଡ୍ରାଫ, ଫାୟାର ଟିମ୍ ।

ଜଗତସିଂହପୁର ପାଇଁ ଗୋଟିଏ ଓଡ୍ରାଫ ଓ ଗୋଟିଏ NDRF ଟିମ୍ ଯିବ । ସେହିପରି ଖୋର୍ଦ୍ଧା ଓ କଟକ ପାଇଁ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ଯିବ । ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ୪ଟି ଲେଖାଏଁ ଫାୟାର ଟିମ୍ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଏସଆରସି । ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ, ପିଇବା ପାଣି ବ୍ୟବସ୍ଥା ସହ ଜିଲ୍ଲାପାଳଙ୍କୁ ସମସ୍ତ ପାୱାର ଦିଆଯାଇଛି । ସେମାନେ ସବୁ ପ୍ରକାର୍ ନିଷ୍ପତି ନେବେ ବୋଲି କହିଛନ୍ତି ଏସଆରସି ।
ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟାଜଳ ମୁଣ୍ଡଳୀ ବ୍ରିଜ ଦେଇ ଅତିକ୍ରମ କରିବ । ୨୦୧୯ ରେ ମଧ୍ୟ ଏପରି ସ୍ଥିତି ଦେଖା ଦେଇଥିଲା ହେଲେ ବିଶେଷ କ୍ଷତି ହୋଇ ନଥିଲା । ଚଳିତ ବର୍ଷ ମଧ୍ୟ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି SRC ।












Click it and Unblock the Notifications