ରାଜ୍ୟରେ ଲଘୁ ଖଣିଜ ଉପରେ ଅତିରିକ୍ତ ଶୁଳ୍କ ବଢାଇଲେ ସରକାର, ଏଣିକି ବେଆଇନ ଖଣି ଖନନ କଲେ.....
ରାଜ୍ୟରେ ଲଘୁ ଖଣିଜ ଉପରେ ଅତିରିକ୍ତ ଶୁଳ୍କ ବଢ଼ାଇଲେ ସରକାର। ବେଆଇନ ଖଣି ଖନନ ଉପରେ ରୋକ ଏବଂ ରାଜସ୍ଵ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର ଓଡିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ଅନୁଯାୟୀ ୨ ଗୁଣ କରିବାକୁ ସରକାର ପକ୍ଷରୁ ନିଷ୍ପତି ନିଆଯାଇଛି। ନୂଆ ଶୁଳ୍କ ଲାଗୁ ହେବା ପରେ ରାଜ୍ୟ କୋଷାଧାରାକୁ ଅଧିକ ଅର୍ଥ ଆସିବା ନେଇ ଆଶା କରାଯାଉଛି।

ପୂର୍ବରୁ କୌଣସି ଆର୍ଥିକ ଜୋରିମାନା ନଥିବା କାରଣରୁ ନିୟମ ଭାଙ୍ଗୁଥିଲେ ଉଲ୍ଳଂଘନକାରୀ । ରାୟାଲଟି ଫାଙ୍କିବା ଏବଂ ଲଘୁ ଖଣିଜ ଚୋରା ଚାଲାଣ ରୋକିବା ପାଇଁ ଏହି କଠୋର ନିୟମ ଲାଗୁ କରାଯାଇଛି।












Click it and Unblock the Notifications