ଦିଲ୍ଲୀ କାର୍ ବିସ୍ଫୋରଣ ପରେ ଆକ୍ସନ ମୋଡ୍ରେ ଓଡ଼ିଶା ସରକାର , ପୁରୀରେ ହାଇଆଲର୍ଟ
ଦିଲ୍ଲୀର ଖୁବ୍ ବ୍ୟସ୍ତତମ ଅଞ୍ଚଳ ଲାଲ୍ କିଲ୍ଲା ନିକଟରେ ଏକ କାର୍ରେ ବଡ଼ ବିସ୍ଫୋରଣ ହୋଇଛି। ଆଜି (ସୋମବାର) ସନ୍ଧ୍ୟା ସମୟ ପାଖାପାଖି ୬ଟା ୫୫ରେ ଏକ କାର୍ରେ ଏହି ବିସ୍ଫୋରଣ ଘଟିଛି। ଲାଇଭ୍ ହିନ୍ଦୁସ୍ତାନ ଡଟ୍ କମ୍ର ସୂଚନା ଅନୁସାରେ, ଏବେ ସୁଦ୍ଧା ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ୨୪ ଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ଲୋକନାରାୟଣ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଦିଲ୍ଲୀ ପୁଲିସ ବର୍ତ୍ତମାନ ମାମଲାକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରୁଛି।
ଏହି ମଧ୍ୟରେ ଓଡ଼ିଶା ସରକାର ସତର୍କ ହୋଇଯାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁରୀରେ ହାଇଆଲର୍ଟ ଜାରି କରାଯାଇଛି। ଏଥି ପାଇଁ ପୁରୀ ପୁଲିସ ଐତିହାସିକ ସହର 'ଶ୍ରୀକ୍ଷେତ୍ର' ସହିତ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରିଦେଇଛି। ପୁରୀର ସବୁ ପ୍ରବେଶ ପଥରେ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି।

ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଦିଲ୍ଲୀ ଘଟଣା ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ, ରେଳଷ୍ଟେସନ, ବସ୍ଷ୍ଟାଣ୍ଡ ଓ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ୍ କରିଦିଆଯାଇଛି।












Click it and Unblock the Notifications