ଆସନ୍ତା ୬ ମାସ ଯାଏଁ ଷ୍ଟ୍ରାଇକ୍ କରି ପାରିବେନି ସ୍ୱାସ୍ଥ୍ୟ କର୍ମଚାରୀ
ଭୁବନେଶ୍ବର: ଜରୁରୀ ସେବାରେ ବ୍ୟାଘାତ ନ ଘଟାଇବା ପାଇଁ ଲାଗୁ ହେଲା ଏସମା । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ କଲେ ରାଜ୍ୟ ସରକାର । ୬ ମାସ ପର୍ଯ୍ଯନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରି ପାରିବେ ନାହିଁ ।

ତେବେ ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ପ୍ରତି ଏସମା ଲାଗୁ ହୋଇଛି। ଅନ୍ୟ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରତି ବି ଲାଗୁ ହୋଇଛି ଏହି ଏସମା ।
ସୂଚନାତାଉ କି, ୧୨ ଦଫା ଦାବି ନେଇ ଆସନ୍ତା ଏପ୍ରିଲ ୧୭ ତାରିଖରେ ଓଡ଼ିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆ ଯାଇଥିଲା। ଏହି ଆନ୍ଦୋଳନରେ ରାଜ୍ୟର ପ୍ରାୟ ୬୫,୦୦୦ ଫାର୍ମାସିଷ୍ଟ ଓ ଫାର୍ମାସିଷ୍ଟ ଛାତ୍ରଛାତ୍ରୀ ମାନେ ଯୋଗ ଦେବାର ଥିଲା। ହେଲେ ଏହି ଆନ୍ଦୋଳନ ପାଇଁ ଓଡ଼ିଶା ପୋଲିସ ତରଫରୁ ଅନୁମତି ଦିଆଯାଇ ନଥିଲା ।












Click it and Unblock the Notifications