ଏବର୍ଷ ଛଟ୍ ପୂଜା ବନ୍ଦ : କଟକଣା ଲଗାଇଲେ ରାଜ୍ୟ ସରକାର
କୋଭିଡ ମହାମାରୀକୁ ଆଖି ଆଗରେ ରଖି ଚଳିତ ବର୍ଷ ଛଟ୍ ପୂଜା ପାଇଁ ରାଜ୍ୟ ସରକାର କଟକଣା ଲଗାଇଛନ୍ତି ।
ଭୁବନେଶ୍ୱର : କୋଭିଡ ମହାମାରୀକୁ ଆଖି ଆଗରେ ରଖି ଚଳିତ ବର୍ଷ ଛଟ୍ ପୂଜା ପାଇଁ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । ଆସନ୍ତା ନଭେମ୍ବର 20 ଓ 21 ପାଇଁ ଏହି କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନଦୀ ଘାଟରେ ହେବାକୁ ଥିବା ପୂଜା ଓ ସାମୂହିକ ସ୍ନାନକୁ ଚଳିତ ବର୍ଷ ବନ୍ଦ କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରତିବର୍ଷ ରାଜ୍ୟ ବ୍ୟାପି ଧୂମଧାମରେ ଛଟ୍ ପୂଜା ପାଳନ କରାଯାଏ ।

ନଦୀ ଘାଟରେ ବଡି ସକାଳୁ ଶ୍ରଦ୍ଧାଳୁମାନେ ଉପସ୍ଥିତ ହୋଇ ସାମୂହିକ ସ୍ନାନ ସହ ପୂଜା କରିଥାନ୍ତି । ତେବେ ଚଳିତ ବର୍ଷ କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ରାଜ୍ୟ ସରକାର ଆଶଙ୍କା ପ୍ରକାଶ କରିଛନ୍ତି । ଛଟ୍ ପୂଜା ସମୟରେ ନଦୀ ଘାଟରେ ଅଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ଏହି ନଷ୍ପତି ନେଇଥିବା କହିଛନ୍ତି । ଏଥିସହ ଲୋକଙ୍କୁ ଘରେ ରହି ସାମାଜିକ ଦୂରତାରେ ପୂଜା କରିବା ପାଇଁ ଉପଦେଶ ଦେଇଛନ୍ତି ରାଜ୍ୟ ସରକାର । ଛଟ୍ ପୂଜା ପାଇଁ ଲଗାଯାଇଥିବା କଟକଣାକୁ ଯଦି କେହି ଉଲଂଘନ କରନ୍ତି ତାହେଲେ ଆଇନଅନୁସାରେ ଦଣ୍ଡିତ କରାଯିବ ବୋଲି ଏଥିରେ ଚେତାବନି ଦିଆଯାଇଛି ।












Click it and Unblock the Notifications