ବଢିଲା ଶ୍ରମିକଙ୍କ ମଜୁରୀ: ଜାଣନ୍ତୁ, ଏଣିକି କାହାକୁ କେତେ ମଜୁରୀ ମିଳିବ ?
ଭୁବନେଶ୍ୱର: ବଢିଲା ଶ୍ରମିକଙ୍କ ମଜୁରୀ । ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ନେଇ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
ତେବେ ଶ୍ରମିକଙ୍କ ମଜୁରୀରେ ୧୨ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ସରକାରଙ୍କ ଦ୍ୱାରା ସ୍ଥରୀକୃତ ୮୯ଟି କ୍ଷେତ୍ରରେ କାର୍ଯ୍ୟରତ ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକ ପିଛିଲା ଭାବେ ୨୦୨୩ ଏପ୍ରିଲ୍ ପହିଲାରୁ ବର୍ଦ୍ଧିତ ହାରରେ ଦୈନିକ ମଜୁରୀ ପାଇବେ । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୩ରୁ ୩୪୫ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୭୩ରୁ ୩୮୫ ଟଙ୍କାକୁ ବୃଦ୍ଧି ହୋଇଛି ।

ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ ୪୨୩ରୁ ୪୩୫ଟଙ୍କାକୁ ବୃଦ୍ଧି ପାଇଛି । ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ୪୮୩ରୁ ୪୯୫ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧ ତାରିଖ ୨୦୨୩ରୁ ଏହା ଲାଗୁ କରାଯାଇଛି । ୧ ଏପ୍ରିଲ ୨୦୨୩ରୁ ଏହା ଲାଗୁ କରାଯାଇଛି ।
ପୂର୍ବରୁ ଅଣକୁଶଳୀ ଶ୍ରମିକ ଦୈନିକ ୩୩୩ ଟଙ୍କା ପାଉଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକ ୩୭୩ ଟଙ୍କା, କୁଶଳୀ ଶ୍ରମିକ ୪୨୩ ଟଙ୍କା ଏବଂ ଅତି କୁଶଳୀ ଶ୍ରମିକ ୪୮୩ ଟଙ୍କା ପାଉଥିଲେ । ଗତବର୍ଷ ଶ୍ରମିକ ଦୈନିକ ମଜୁରୀ ୧୧ ଟଙ୍କା ବଢ଼ାଇଥିଲେ ସରକାର ।












Click it and Unblock the Notifications