ପଢ଼ା ଖର୍ଚ୍ଚ ପାଇଁ ଧାନ କାଟୁଥିଲେ ଆଦିବାସୀ ଛାତ୍ର, ସ୍ୱପ୍ନରେ ଡେଣା ଲଗାଇଲେ ମୁଖ୍ୟମନ୍ତ୍ରୀ
ଦିନେ ପଢ଼ା ଖର୍ଚ୍ଚ ପାଇଁ ଧାନ କାଟୁଥିଲେ ଆଦିବାସୀ ଛାତ୍ର ଇଫୁ । ଏବେ ସେଇ ସ୍ୱପ୍ନରେ ଡେଣା ଲଗାଇଲେ ମୁଖ୍ୟମନ୍ତ୍ରୀ । ଡାକ୍ତରୀ ପାଠ ପଢିବା ପାଇଁ ଆଉ ଇଫୁଙ୍କୁ ଧାନ କାଟିବାକୁ ପଡ଼ିବ ନାହିଁ । କାରଣ ତାଙ୍କର ପଢା଼ ଖର୍ଚ୍ଚ ଖୋଦ୍ ବୁଝିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ
ଭୁବନେଶ୍ୱର: ଦିନେ ପଢ଼ା ଖର୍ଚ୍ଚ ପାଇଁ ଧାନ କାଟୁଥିଲେ ଆଦିବାସୀ ଛାତ୍ର ଇଫୁ । ଏବେ ସେଇ ସ୍ୱପ୍ନରେ ଡେଣା ଲଗାଇଲେ ମୁଖ୍ୟମନ୍ତ୍ରୀ । ଡାକ୍ତରୀ ପାଠ ପଢିବା ପାଇଁ ଆଉ ଇଫୁଙ୍କୁ ଧାନ କାଟିବାକୁ ପଡ଼ିବ ନାହିଁ । କାରଣ ତାଙ୍କର ପଢା଼ ଖର୍ଚ୍ଚ ଖୋଦ୍ ବୁଝିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଫୁଙ୍କ ପାଠ ପଢାର ସମସ୍ତ ଖର୍ଚ୍ଚ ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନା ଅନୁସାରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଆବଶ୍ୟକ ଅର୍ଥ ନ ଥିବାରୁ ଗରିବା ଆଦିବାସୀ ଛାତ୍ର ଇଫୁ ତାଙ୍କ ଗାଁରେ ବିଭିନ୍ନ ଲୋକଙ୍କ ବିଲରେ ଧାନ କାଟୁଥିଲେ । ଏନେଇ ଖବର ପ୍ରକାଶ ପରେ ଆଜି ଏସ୍ଟି/ଏସ୍ସି ଉନ୍ନୟନ ବିଭାଗ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ୬୨, ୯୫୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ହଷ୍ଟେଲ ଖର୍ଚ୍ଚ ସହ ପାଠ୍ୟ ଉପକରଣ ପାଇଁ ସହାୟତା ପ୍ରଦାନ କରାଯାଇଛି। ଇଫୁଙ୍କ ଘରେ ପହଞ୍ଚି ଟଙ୍କା ପ୍ରଦାନ ଦେଇ ସ୍ଥାନୀୟ ତହସିଲଦାର । ଯାହା ପରେ ଇଫୁ ଖୁସି ପ୍ରକାଶ କରିଛନ୍ତି । ଡାକ୍ତରୀ ପାଠ ପଢ଼ି ଗରିବ ଓ ଆଦିବାସୀଙ୍କୁ ଡାକ୍ତରୀ ସେବା ଯୋଗାଇ ଦେବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ସୂଚନାଥାଉକି, କନ୍ଧମାଳ ବାଲିଗୁଡା ବାଗ୍ରାମିଲା ଗାଁର ଆଦିବାସୀ ଛାତ୍ର ଇଫୁ ମଲ୍ଲିକ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଇଫୁ ଏବେ କୋରାପୁଟ ମେଡିକାଲ କଲେଜରେ ନାଁ ଲେଖାଇଛନ୍ତି। ସେ ଏବେ ପ୍ରଥମ ବର୍ଷ ଏମ୍ବିବିଏସ୍ ଛାତ୍ର। ଇଫୁଙ୍କ ଘରେ ତାଙ୍କ ବୃଦ୍ଧ ବାପା, ମା'ଙ୍କ ବ୍ୟତୀତ ବଡ ଭାଇ ଓ ଛୋଟ ଭଉଣୀ ମଧ୍ୟ ରୁହନ୍ତି । କେହି ମଧ୍ୟ ରୋଜଗାରିଆ ନୁହଁନ୍ତି । ଏଭଳି ପରିସ୍ଥିତିରେ ଇଫୁ ହାରି ଯାଇ ନାହାନ୍ତି। ଅହରହ ନିଜର ସଂଗ୍ରାମ ଜାରି ରଖିଛନ୍ତି। ବଡ କଷ୍ଟରେ ଟଙ୍କା ଯୋଗାଡ଼ କରି ମେଡିକାଲ କଲେଜରେ ଆଡମିସନ ଫି' ଦେଇଥିଲେ । ସେ ଜଣେ ମେଧାବୀ ଛାତ୍ର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ତେବେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଫୁଙ୍କୁ ନିମନ୍ତ୍ରଣ ଦିଆଯାଇଛି । ତେବେ ଶେଷ କିଷାନଙ୍କୁ ମଧ୍ୟ ରାଜ୍ୟ ସରକାର ଏମିତି ସାହାଯ୍ୟ କରିଥିଲେ । ଗରିବ ଘରର ପିଲାଙ୍କୁ ପଢାଇବାରେ ସହାୟତା ଦେବା ପରେ ଶେଷ କିଷାନ ଯୁବ ବୈଜ୍ଞାନିକ ହୋଇପାରିଛନ୍ତି ।












Click it and Unblock the Notifications