ଛୁଟି ତାଲିକାରୁ ପଞ୍ଚାୟତିରାଜ ଦିବସକୁ ପ୍ରତ୍ୟାହାର କଲେ ସରକାର
ଛୁଟି ତାଲିକାରୁ ପଞ୍ଚାୟତିରାଜ ଦିବସକୁ ପ୍ରତ୍ୟାହାର କଲେ ସରକାର । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ନେଇ ସୂଚନା ।
ରାଜ୍ୟ ସରକାର ଗତକାଲି ମାର୍ଚ୍ଚ ୫ ତାରିଖ ପରିବର୍ତ୍ତେ ଏପ୍ରିଲ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବାକୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେବା ପରେ ସରକାରୀ ସ୍ଥରରେ ଅବଶକୀୟ ପରିବର୍ତ୍ତନ କରାଯାଉଛି। ଆଜି ରାଜ୍ୟ ସରକାର ଛୁଟି ତାଲିକାରୁ ପଞ୍ଚାୟତିରାଜ ଦିବସକୁ ପ୍ରତ୍ୟାହାର କରି ନେଇଛନ୍ତି।

ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି,'ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ଥରରେ ଅସଂହତି ଦୂର କରିବା ପାଇଁ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ସଂଖ୍ୟା ୩୯୦୫୭, ୩୯୦୭୭, ତା ୧୨.୧୧.୨୪ ରିଖର କ୍ରମିକ ସଂଖ୍ୟା ୪ରେ ପ୍ରକାଶିତ ହୋଇଥିବା ପଞ୍ଚାୟତିରାଜ ଦିବସଟିକୁ ଉକ୍ତ ଛୁଟି ତାଲିକାରୁ ପ୍ରତ୍ୟାହାର କରାଗଲା।'












Click it and Unblock the Notifications