ଟିକା ପର୍ଚେଜ ଅର୍ଡର ଦେଲେ ରାଜ୍ୟ ସରକାର

ଟିକା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଦୁଇ ଟିକା ଉତ୍ପାଦକଙ୍କୁ ଚିଠି ଲେଖିଛନ୍ତି। ଦୁଇ ଟିକା ଉତ୍ପାଦକ ଭାରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି।

ଭୁବନେଶ୍ୱର: ଭାରତରେ କୋଭିଡର ଦ୍ୱିତୀୟ ଲହର ସଂକ୍ରମଣରୁ ବଞ୍ଚିବା ପାଇଁ ଟିକାକରଣକୁ ବ୍ୟାପକ କରିବା ପାଇଁ ସରକାର ୧୮ ରୁ ୪୪ ବୟସ୍କ ବର୍ଗଙ୍କୁ ଟିକାକରଣରେ ସାମିଲ ପାଇଁ ନିର୍ଦେଶ ଦେଇଛନ୍ତି। ଏହି ଘୋଷଣା ପରେ ରାଜ୍ୟ ସରକାର ମଧ୍ୟ ୧୮ ରୁ ୪୪ ବର୍ଗଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି। ତେବେ ଟିକା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଦୁଇ ଟିକା ଉତ୍ପାଦକଙ୍କୁ ଚିଠି ଲେଖିଛନ୍ତି। ଦୁଇ ଟିକା ଉତ୍ପାଦକ ଭାରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି।

corona vaccination

କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର ସେନେଇ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ମେ ମାସ ପାଇଁ ୪୦ ଲକ୍ଷ କୋଭିସିଲଡ ଟିକା ଆବଶ୍ୟକ ଥିବା ଉଲ୍ଲେଖ ରହିଥିବାବେଳେ ଜୁନ, ଜୁଲାଇ, ଅଗଷ୍ଟ ମାସ ପାଇଁ ମାସିକ ୬୦ ଲକ୍ଷ ଟିକା ଡୋଜ ଆବଶ୍ୟକ ଥିବା ଲେଖିଛନ୍ତି। ମେ ୩୧ ସୁଦ୍ଧା ୫ ଲକ୍ଷ କୋଭାକ୍ସିନ ଦେବା ସହ ବାକି ୫.୩୪ ଲକ୍ଷ ଡୋଜ ଜୁନ ୧୫ ସୁଦ୍ଧା ଦେବାକୁ ଚିଠି ଲେଖିଛନ୍ତି। କୋଭିସିଲଡର ପ୍ରତି ଡୋଜର ଦାମ ୧୦୦ଟଙ୍କା କମିବା ପରେ ରାଜ୍ୟ ସରକାରଙ୍କୁ ୨୨୦ କୋଟି ଟଙ୍କାର ଫାଇଦା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+