ଏପ୍ରିଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର; ଜାଣନ୍ତୁ, କଣ ରହିବ ବନ୍ଦ ଆଉ କଣ ରହିବ ଖୋଲା ?
ଏପ୍ରିଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଗାଇଡଲାଇନରେ ସର୍ଭେଲାନ୍ସ ଓ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି ।
ଭୁବନେଶ୍ବର: ଏପ୍ରିଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଗାଇଡଲାଇନରେ ସର୍ଭେଲାନ୍ସ ଓ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାପାଳ, ମହାନଗର ନିଗମ କମିଶନର ସଂକ୍ରମଣକୁ ଦେଖି କଣ୍ଟେନମେଣ୍ଟ ଜୋନ୍ ନେଇ ନିଷ୍ପତ୍ତି ନେବେ । ଟେଷ୍ଟି, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଦିଆଯାଯିବ ଅଧିକ ଗୁରୁତ୍ୱ ।

କଣ୍ଟେନମେଣ୍ଟ ଜୋନରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ମିଳିବ । ଘରକୁ ଘର ବୁଲି ସର୍ଭେ କରାଯିବ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୮୦ ପ୍ରତିଶତ ଲୋକଙ୍କୁ ୭୨ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନ୍ କରାଯିବ । ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଉପରେ ନଜର ରଖିବ ପ୍ରଶାସନ ।
ସେପଟେ ସାମାଜିକ, ଧାର୍ମିକ, ରାଜନୀତିକ, ଖେଳ, କ୍ରୀଡ଼ା ଆଦି କାର୍ଯ୍ୟକ୍ରମ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ହେବ । ବନ୍ଦ କୋଠରୀ ହେଉଥିବା କାର୍ଯ୍ୟକ୍ରମରେ ହଲ୍ କାପାସିଟିର ୫୦ ପ୍ରତିଶତ ଲୋକ ଭାଗ ନେଇପାରିବେ । ସଭାରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ପଡ଼ିବ । ଏଥିସହ ହ୍ୟାଣ୍ଡୱାସ କିମ୍ବା ସାନିଟାଇଜରର ବ୍ୟବସ୍ଥା ରହିବ । କୌଣସି ଉତ୍ସବ କିମ୍ବା ସମାବେଶ ଲାଗି ଜିଲ୍ଲାପାଳ କିମ୍ବା ମହାନଗର ନିଗମରୁ ଅନୁମତି ନେବାକୁ ପଡ଼ିବ । ପିପିଲିରେ ହେଉଥିବା ଉପନିର୍ବାଚନ ଲାଗି ସଭା, ସମିତି ଓ ସମାବେ ଲାଗି ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଅନୁମତି ଦେବେ । ଏଥିରେ ସର୍ବାଧିକ ୨୦୦ ଲୋକ କୋଭିଡ୍ ନିୟମ ମାନି ସାମିଲ୍ ହୋଇପାରିବେ ।
ଉତ୍କଳ ଦିବସ, ଗୁଡ୍ ଫ୍ରାଇଡେ, ରାମ ନବମୀ, ମହା ବିଷୁବ ସଂକ୍ରାନ୍ତି, ଝାମୁ ଯାତ୍ରା ଆଦି ଧାର୍ମିକ କାର୍ଯ୍ୟକ୍ରମରେ କୋଭିଡ୍ କଟକଣାକୁ ପାଳନ କରାଯିବ । ରାଜ୍ୟସାରା ଧାର୍ମିକ କାର୍ଯ୍ୟକ୍ରମରେ ଏକତ୍ରୀକରଣ ଉପରେ ରୋକ୍ ଲଗାଇଛନ୍ତି ଏସଆରସି ।












Click it and Unblock the Notifications