କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟ ଗଲେ ଓଡିଶା ସରକାର
ପୁଣି କୋଟିଆ ମାମଲାରେ ସୁପ୍ରିମକୋର୍ଟ ଗଲେ ଓଡିଶା ସରକାର । ଆନ୍ଧ୍ର ସରକାରଙ୍କ ବିରୋଧରେ ଇଂଜକସନ୍ କରିଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ବର: ପୁଣି କୋଟିଆ ମାମଲାରେ ସୁପ୍ରିମକୋର୍ଟ ଗଲେ ଓଡିଶା ସରକାର । ଆନ୍ଧ୍ର ସରକାରଙ୍କ ବିରୋଧରେ ଇଂଜକସନ୍ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର କୋଟିଆ ପଞ୍ଚାୟତରେ ପୁଣି ଥରେ ଜୋର ଜବରଦସ୍ତ ର୍ନିବାଚନ କରିବାକୁ ଯାଉଛନ୍ତି ଆନ୍ଧ୍ର ସରକାର ।

ଓଡ଼ିଶାର ବିରୋଧ ସତ୍ୱେ ଫେବୃଆରି ମାସରେ ସରପଞ୍ଚ ଏବଂ ୱାର୍ଡସଭ୍ୟ ନିର୍ବାଚନ କରି ସାରିଥିବା ବେଳେ ଆସନ୍ତା ୮ ତାରିଖରେ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ କରିବାକୁ ଯୋଜନା କରୁଛି ଆନ୍ଧ୍ର । ଏଥିପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୦୬ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଅଭିଯୋଗ କରିଥିଲା ଓଡ଼ିଶା । ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ଆନ୍ଧ୍ରର ମୁଖ୍ୟ ଶାସନ ସଚିବ ।
More From
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications