ରାଜ୍ୟ ସରକାରଙ୍କ ଟିକା ଟେଣ୍ଡରକୁ ଝଟକା !, ପ୍ରି-ବିଡରେ ସାମିଲ ହେଲେ ନାହିଁ ସେରମ ଓ ଭାରତ ବାୟୋଟେକ୍
ରାଜ୍ୟ ସରକାରଙ୍କ ଟିକା ଟେଣ୍ଡରକୁ ଝଟକା । ବୃହତ୍ ଆନ୍ତର୍ଜାତୀୟ ଟିକା ନିର୍ମାତାମାନେ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ଦେବାକୁ ମନା କରୁଛନ୍ତି ।
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଟିକା ଟେଣ୍ଡରକୁ ଝଟକା । ବୃହତ୍ ଆନ୍ତର୍ଜାତୀୟ ଟିକା ନିର୍ମାତାମାନେ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ଦେବାକୁ ମନା କରୁଛନ୍ତି । ରାଜ୍ୟର ଟିକା ଆବଶ୍ୟକତା ପୁରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ ମିଟିଂ କରାଯାଇଥିଲା । ହେଲେ ଏଥିରେ ସାମିଲ ହୋଇନଥିଲେ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ । କେନ୍ଦ୍ର ମନ୍ତ୍ରୀ ଡ଼ାକ୍ତର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୁଚନା ମିଳିଛି ।

ଏହି ସମସ୍ୟାକୁ ସମାଧାନ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ନବ ଦାସ । । ଯେଉଁ ବୃହତ୍ ଆନ୍ତର୍ଜାତୀୟ ଟିକା ନିର୍ମାତାମାନେ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ଦେବାକୁ ମନା କରୁଛନ୍ତି ସେମାନଙ୍କଠାରୁ ଓଡ଼ିଶା ପାଇଁ ଟିକା କିଣିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ରମନ୍ତ୍ରୀ ନବ କିଶୋର ଦାସ। ପ୍ରତିବଦଳରେ ଟିକା କିଣାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନ କରିବେ ବୋଲି ଉଲ୍ଳେଖ କରିଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟରେ ଆବଶ୍ୟକ ଟିକା ଅଭାବ ଥିବାରୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା। ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ। ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇ ଥିଲା । ସଫଳ ବିଡିଂ ହେଲେ ମେ' ୨୮ ପରେ ଆମେ ଟିକା କିଣିପାରିବା ବୋଲି ସେ କହିଥିଲେ।












Click it and Unblock the Notifications