For Quick Alerts
Turn On Notification  
For Daily Alerts
Oneindia App Download

ଚାଷୀଙ୍କ ପାଇଁ ସରକାର ତତ୍ପର : ଖରିଫ ଧାନକିଣା ତଦାରଖ କରିବେ 12 ଅଫିସର

ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଖରିଫ ଧାନ କ୍ରୟ ଓ ତଦାରଖ ପାଇଁ 12 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି

|

ଭୁବନେଶ୍ୱର : ଚାଷୀଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । ଚାଷୀ ସେମାନଙ୍କର ଧାନକୁ କିଭଳି ସଠିକ୍ ଓ ସୁବ୍ୟବସ୍ଥିତ ଭାବରେ ବିକ୍ରି କରି ପାରିବେ ସେନେଇ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ଏହିକ୍ରମରେ ଖରିଫ ଧାନ କିଣାବିକା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଖରିଫ ଧାନ କ୍ରୟ ଓ ତଦାରଖ ପାଇଁ 12 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହି ଅଧିକାରୀମାନେ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ କାର୍ଯ୍ୟକୁ ତଦାରଖ କରିବେ ।

ଓଡ଼ିଶା କୃଷକ

ଆହୁରି ମଧ୍ୟ ଯେଉଁ ଅଧିକାରୀମାନଙ୍କୁ ଯେଉଁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ସେମାନେ ନିୟମିତ ଭାବରେ ସେଠାକୁ ପରିଦର୍ଶନ ମଧ୍ୟ କରିବେ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅଧିକାରୀମାନେ ପରିଦର୍ଶନ ସମୟରେ ଚାଷୀ, ପାକ୍ସର କର୍ମକର୍ତ୍ତା ଓ ସ୍ଥାନୀୟ ପ୍ରତିନିଧିଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା ବୁଝିବେ ଓ ଏହାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Government Give Charge to Officer for Paddy Procurement
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X