ଚାଷୀଙ୍କ ପାଇଁ ସରକାର ତତ୍ପର : ଖରିଫ ଧାନକିଣା ତଦାରଖ କରିବେ 12 ଅଫିସର

ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଖରିଫ ଧାନ କ୍ରୟ ଓ ତଦାରଖ ପାଇଁ 12 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି

ଭୁବନେଶ୍ୱର : ଚାଷୀଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । ଚାଷୀ ସେମାନଙ୍କର ଧାନକୁ କିଭଳି ସଠିକ୍ ଓ ସୁବ୍ୟବସ୍ଥିତ ଭାବରେ ବିକ୍ରି କରି ପାରିବେ ସେନେଇ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ଏହିକ୍ରମରେ ଖରିଫ ଧାନ କିଣାବିକା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଖରିଫ ଧାନ କ୍ରୟ ଓ ତଦାରଖ ପାଇଁ 12 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହି ଅଧିକାରୀମାନେ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ କାର୍ଯ୍ୟକୁ ତଦାରଖ କରିବେ ।

ଓଡ଼ିଶା କୃଷକ

ଆହୁରି ମଧ୍ୟ ଯେଉଁ ଅଧିକାରୀମାନଙ୍କୁ ଯେଉଁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ସେମାନେ ନିୟମିତ ଭାବରେ ସେଠାକୁ ପରିଦର୍ଶନ ମଧ୍ୟ କରିବେ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅଧିକାରୀମାନେ ପରିଦର୍ଶନ ସମୟରେ ଚାଷୀ, ପାକ୍ସର କର୍ମକର୍ତ୍ତା ଓ ସ୍ଥାନୀୟ ପ୍ରତିନିଧିଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା ବୁଝିବେ ଓ ଏହାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+