୩ ବ୍ୟାଙ୍କରେ ଜମା ହେବ ନାହିଁ ସରକାରୀ ପାଣ୍ଠି; ନିର୍ଦେଶ ଦେଲେ ସରକାର

ଦେଶର 3 ଘରୋଇ ବ୍ୟାଙ୍କ ଉପରେ ଓଡିଶା ସରକାର ଖପ୍ପା । ଏଚଡିଏଫସି (HDFC), ଆକ୍ସିସ (Axis) ଓ ଆଇସିଆଇସିଆଇ (ICICI) ବ୍ୟାଙ୍କ ସହ ବ୍ୟବସାୟିକ ଓ ଜମା କାରବାର କରିବାକୁ ଓଡିଶା ସରକାର ମନା କରିଦେଇଛନ୍ତି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏନେଇ ସମସ୍ତ ବିଭାଗଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ମାନଦଣ୍ଡ ପୂରଣ ନ କରିବା ଓ ସରକାରଙ୍କ କିଛି ପ୍ରମୁଖ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏହି ବ୍ୟାଙ୍କ ଗୁଡିକର ଖରାପ ପ୍ରଦର୍ଶନ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।

ଘୋରଇ ବ୍ୟାଙ୍କକୁ ଝଟକା:

ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନାରେ ସହଯୋଗ କରୁନାହାନ୍ତି ଦେଶର 3 ପ୍ରମୁଖ ଘରୋଇ ବ୍ୟାଙ୍କ । ଜମା ଅନୁପାତରେ ଋଣ ଆବଣ୍ଟନ କରୁନାହାନ୍ତି । ବାର୍ଷିକ ଋଣ ଲଗାଣ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ ଛୁଉଁନାହିଁ । ତେଣୁ ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ସହ ବ୍ୟବସାୟିକ ଓ ଜମା କାରବାର କରିବାକୁ ଓଡିଶା ସରକାର ମନା କରିଦେଇଛନ୍ତି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଏଚଡିଏଫସି, ଆକ୍ସିସ ଓ ଆଇସିଆଇସିଆଇ ବ୍ୟାଙ୍କରେ କୌଣସି ସରକାରୀ ଜମା ଥିଲେ ତାକୁ ତୁରନ୍ତ ଅନ୍ୟ ବ୍ୟାଙ୍କକୁ ସ୍ଥାନାନ୍ତର କରିବାବାକୁ ନିର୍ଦ୍ଦେଶ ଦେଇଛନ୍ତି ।

odisha Government funds will not be deposited in 3 banks

ଏଚଡିଏଫସି, ଆକ୍ସିସ ଓ ଆଇସିଆଇସିଆଇ ବ୍ୟାଙ୍କରେ ଜମାଖାତା ଯଥାଶୀଘ୍ର ବନ୍ଦ କରି ଅନ୍ୟ ସରକାରୀ ତାଲିକାଭୁକ୍ତ ବ୍ୟାଙ୍କରେ ପାଣ୍ଠି ରଖବା ପାଇଁ ସମସ୍ତ ସରକାରୀ ବିବାଗକୁ ଚିଠି ଜାରି ହୋଇଛି । ଏହି 3 ବ୍ୟାଙ୍କରେ ଯଦି ସରକାରୀ ପାଣ୍ଠି ସ୍ଥାୟୀ ଜମା (Fixed Diposite) ଭାବେ ଥିବ ତେବେ ତାହା ବନ୍ଦ ହେବନାହିଁ । ସରକାର ସୁଧ ହରାଇବେ । ସ୍ଥାୟୀ ଜମାର ମିଆଦ ପୂରିବା ମାତ୍ରେ ଜମା ଟଙ୍କା ଉଠାଣ କରି ଅନ୍ୟ ବ୍ୟାଙ୍କରେ ବିଭାଗ ରଖିବ । ଏ ନିର୍ଦ୍ଦେଶକୁ ସମସ୍ତ ବିଭାଗ ତୁରନ୍ତ କାର୍ଯ୍ୟକାରୀ କରିବେ । ଏଥିରେ ସାମାନ୍ୟ ତମ ଅବହେଳାକୁ ବରଦାସ୍ତ କରାଯିବନାହିଁ । ତେଣୁ ଚିଠି ପାଇବା ମାତ୍ରେ ବିଭାଗଗୁଡ଼ିକ ଏଚଡିଏଫସି, ଆକ୍ସିସ ଓ ଆଇସିଆଇସିଆଇ ବ୍ୟାଙ୍କ ବ୍ୟାଙ୍କରୁ ଜମା ପାଣ୍ଠି ଉଠାଣ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଉଚିତ ମାନଦଣ୍ଡ ପୂରଣ ନହେବା ଓ ପ୍ରମୁଖ ଯୋଜନା କାର୍ଯ୍ୟକାରୀରେ ବ୍ୟାଙ୍କ ଗୁଡିକର ଖରାପ ପ୍ରଦର୍ଶନ ଯୋଗୁଁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର ।

3ଟି ଘରୋଇ ବ୍ୟାଙ୍କକୁ ପ୍ୟାନେଲ ତାଲିକାରୁ ବାଦ:

ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଜାରି କରିଥିବା ଚିଠିରେ ଉଲ୍ଲେଖ ରହିଛି, "ଗତ ଦୁଇ ଆର୍ଥିକ ବର୍ଷରେ କିଛି ପ୍ରମୁଖ ସରକାରୀ ଯୋଜନାରେ ଖରାପ ପ୍ରଦର୍ଶନ ଏବଂ ସାଧାରଣ ବ୍ୟାଙ୍କିଙ୍ଗ ପାରାମିଟରକୁ ନିରୁତ୍ସାହଜନକ କରିବା କାରଣରୁ, HDFC ବ୍ୟାଙ୍କ, ICICI ବ୍ୟାଙ୍କ ଏବଂ Axis ବ୍ୟାଙ୍କକୁ ରାଜ୍ୟ ସରକାର ଏବଂ ରାଜ୍ୟ ସରକାରଙ୍କ ସମର୍ଥିତ ସଂଗଠନ ଯେପରିକି ରାଜ୍ୟ ସରକାରଙ୍କ ବିଭାଗ/ ନିର୍ଦ୍ଦେଶାଳୟ/ HODs/ ପ୍ରତିଷ୍ଠାନ (Establishments)/ ଏଜେନ୍ସି/ PSUs/ Societies/ବିଶ୍ୱବିଦ୍ୟାଳୟ (University) ଆଦିର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ତାଲିକାଭୁକ୍ତ ବ୍ୟାଙ୍କ ତାଲିକାରୁ ତୁରନ୍ତ ପ୍ରଭାବରୁ ବାଦ ଦିଆଯାଉଛି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+