ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲା ରାଜ୍ୟ ସରକାର
ଆଜି ଓଡିଶା ସରକାର ଏହି ‘ବ୍ଲାକ ଫଙ୍ଗସ୍’କୁ ମହାମାରୀ ଭାବେ ଘୋଷଣା କରିଛନ୍ତି। ଗତକାଲି ରାଜସ୍ଥାନ ସରକାର ଏହି ‘ବ୍ଲାକ ଫଙ୍ଗସ୍’କୁ ମହାମାରୀ ଭାବେ ରାଜ୍ୟରେ ଘୋଷଣା କରିଥିଲେ।
ଭୁବନେଶ୍ୱର: ପୁଣି ଏକ ମହାମାରୀ । କରୋନା ପରେ ରାଜ୍ୟକୁ ଡରାଇଲାଣି ଆଉ ଏକ ରୋଗ 'ବ୍ଲାକ ଫଙ୍ଗସ୍' । ତେବେ ଆଜି ଓଡିଶା ସରକାର ଏହି 'ବ୍ଲାକ ଫଙ୍ଗସ୍'କୁ ମହାମାରୀ ଭାବେ ଘୋଷଣା କରିଛନ୍ତି। ଗତକାଲି ରାଜସ୍ଥାନ ସରକାର ଏହି 'ବ୍ଲାକ ଫଙ୍ଗସ୍'କୁ ମହାମାରୀ ଭାବେ ରାଜ୍ୟରେ ଘୋଷଣା କରିଥିଲେ।

ତେବେ ଓଡ଼ିଶା ମହାମାରୀ ଆଇନ-୧୮୯୭ର ଧାରା-୩ ଅନୁସାରେ 'ବ୍ଲାକ ଫଙ୍ଗସ୍'କୁ ମହାମାରୀ ଘୋଷଣା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ଏପର୍ଯ୍ୟନ୍ତ ୧୧ ଜଣ 'ବ୍ଲାକ ଫଙ୍ଗସ୍' ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତ ରୋଗୀ ଏବେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ସରକାର ଏହି ସମସ୍ତ ରୋଗୀଙ୍କ ଉପରେ ନଜର ରଖିଛନ୍ତି।
ଏବେ ବ୍ଲାକ ଫଙ୍ଗସ୍ ପରେ ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମଣକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଓଡ଼ିଶାରେ ଏପର୍ଯ୍ୟନ୍ତ ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି। ରାଜ୍ୟ ସରକାର ଗତ ୩ଦିନ ତଳେ ବ୍ଲାକ ଫଙ୍ଗସ୍ ରୋଗର ଲକ୍ଷଣ ଓ ଏହାର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଥିଲେ। ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଗଠିତ ଏହି କମିଟି ରାଜ୍ୟ ସରକାରଙ୍କୁ ମୁଖ୍ୟତଃ ୬ଟି ସୁପାରିସ୍ କରିଛି। ସେମାନଙ୍କ ସୁପାରିଶ୍ ଆଧାରରେ ସରକାର ଏହି ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications