ଇଦ୍-ଉଲ୍-ଜୁହା ପାଇଁ ଗୁରୁବାର ଛୁଟି ଘୋଷଣା କଲେ ସରକାର
ଭୁବନେଶ୍ୱର: ରାଜ୍ୟ ସରକାର ପବିତ୍ର ଇଦ୍-ଉଲ୍-ଜୁହା ନିମନ୍ତେ ଜୁନ୍ ୩୦ ତାରିଖ ପରିବର୍ତ୍ତେ ୨୯ ତାରିଖ (ଗୁରୁବାର) ଦିନ ସରକାରୀ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି । ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ କୋର୍ଟ, ବ୍ୟାଙ୍କ ଆଦି ବନ୍ଦ ରହିବ ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆସନ୍ତା ୩୦ତାରିଖ ପରିବର୍ତ୍ତେ ୨୯ତାରିଖରେ ପବିତ୍ର ଇଦ୍ ଉଲ ଜୁହା ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ । ଏହାସହିତ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ମଧ୍ୟ ଜୁନ୍ ୨୯ତାରିଖରେ ଇଦ୍ ଉଲ ଜୁହା ପାଇଁ ଛୁଟି ରହିବ ବୋଲି ବିଭାଗ ପକ୍ଷରୁ ଜାରି ୨ଟି ଭିନ୍ନ ଭିନ୍ନ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।












Click it and Unblock the Notifications