ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ କୋଠାର ବଦଳିବ ରଙ୍ଗ ,ଜାଣନ୍ତୁ ବିଲ୍ଡିଂରେ ଦିଆଯିବ କେଉଁ ରଂଗ ?

ଭୁବନେଶ୍ୱର: ରାଜ୍ୟରେ ସବୁ ନୂଆ ସରକାରୀ କୋଠାର ରଙ୍ଗ ଗୋଟିଏ ପ୍ରକାରର ହେବ। ସେହିପରି ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ ବେଳେ ରଙ୍ଗ ବଦଳିବ। ସ୍କୁଲ ପିଲାଙ୍କ ପରେ ଏବେ ସରକାରୀ କୋଠାର ପାଳି । ବଦଳିବ ସରକାରୀ କୋଠାର ରଙ୍ଗ । କୋଠାର ବାହ୍ୟ କାନ୍ଥ କମଳା ରଙ୍ଗର ହେବ । ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସରକାରୀ କୋଠାର ବାହାର ପଟ କମଳା ଓ ନାଲି ବର୍ଡ଼ର ରହିବ। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇସି (ସିଭିଲ-କମ୍-ରୋଡ୍‌ସ), ଇଆଇସି (ଡିପିକ୍ୟୁ), ଓବି ଆଣ୍ଡ ସିସି ଏଲ୍‌ଟିଡି ଇଆଇସି ତଥା ଏମ୍‌ଡିଙ୍କୁ ଏନେଇ ଚିଠି କରାଯାଇଛି। ଏହା ସହିତ ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ମୁଖ୍ୟ ଯନ୍ତ୍ରୀମାନଙ୍କୁ ଏନେଇ ଚିଠି କରାଯାଇଛି , ନିକଟରେ ସରକାର ଵିଦ୍ୟାଲର ୟୁନିଫର୍ମ ରଙ୍ଗ ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ।

loka seva bhawan

ପିଲାଙ୍କର ୟୁନିଫର୍ମର ରଙ୍ଗ ସବୁଜ ଥିବା ବେଳେ ଏବେ ତାହା ବାଦାମୀଙ୍କୁ ପରିବର୍ତ୍ତନ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସ୍କୁଲକୁ ୟୁନିଫର୍ମ ଯୋଗାଇ ଦିଆଯିବ ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରଥମ ଥର ବିଜେପି ସରକାର କ୍ଷମତାକୁ ଆସିବା ପରେ ଅନେକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+