ଆସିଲା ଗାଇଡଲାଇନ୍: ଯାତ୍ରା ଓ ମେଲୋଡିରେ ଅଶ୍ଲୀଳ ଡ୍ୟାନ୍ସ ମନା, ନିୟମ ଉଲଙ୍ଘନ କଲେ କଡ଼ା କାର୍ଯ୍ୟନୁଷ୍ଠାନ
ଯାତ୍ରା ଓ ମେଲୋଡିରେ ଅଶ୍ଲୀଳ ଡ୍ୟାନ୍ସ ମନା । ନିୟମ ଉଲଙ୍ଘନ କଲେ ହେବ କଡ଼ା କାର୍ଯ୍ୟନୁଷ୍ଠାନ । କଟକଣା ଜାରି କରିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ।

ଭୁବନେଶ୍ୱର: ଯାତ୍ରା ଓ ମେଲୋଡିରେ ଅଶ୍ଲୀଳ ଡ୍ୟାନ୍ସ ମନା । ନିୟମ ଉଲଙ୍ଘନ କଲେ ହେବ କଡ଼ା କାର୍ଯ୍ୟନୁଷ୍ଠାନ । କଟକଣା ଜାରି କରିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ସେହିପରି ଦ୍ୱିଅର୍ଥ ବୋଧକ ସଂଳାପ କହି ପାରିବେନି କଳାକାର । ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ ସମ୍ମାନ ଜଣାଇବେ ।
ଯାତ୍ରା ଓ ମେଲୋଡି ପାଇଁ ଅନୁମିତ ନେବାବେଳେ ସର୍ତ୍ତାବଳୀରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିବାକୁ କୁହାଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଏପରି ଚିଠି ଲେଖାଯାଇଛି । ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯାତ୍ରା ଓ ମେଲୋଡି ରାଜ୍ୟରେ ରାଜ୍ୟରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ । କିନ୍ତୁ ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱଅର୍ଥବୋଧକ ସଂଳାପ ଓ ଅଭିନୟ ଦ୍ୱାରା ପରିବାର ସହ ଏଭଳି ଯାତ୍ରା ଦେଖିବା ସମ୍ଭବ ହେଉନି । ଏହାଦ୍ୱାରା ଯୁବପିଢ଼ି ବିପଥଗାମୀ ହେଉଛନ୍ତି । ତେଣୁ ଏହାକୁ ବନ୍ଦ କରିବାକୁ ସଂସ୍କୃତି ବିଭାଗ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ସଂସ୍କୃତି ବିଭାଗର ଏଭଳି ନିର୍ଦ୍ଦେଶନମାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।












Click it and Unblock the Notifications