ବିଷାକ୍ତ ପାରାକ୍ସଟ୍ର ବ୍ୟବହାର ନିଷିଦ୍ଧ କଲେ ଓଡ଼ିଶା ସରକାର
ଭୁବନେଶ୍ୱର: ରାଜ୍ୟ ସରକାର ତୃଣନାଶକ ଭାବରେ ବ୍ୟବହୃତ ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍ ପାରାକ୍ରେଟ୍ ନିଷିଦ୍ଧ କରିଛନ୍ତି । ଜମିରେ ତୃଣନାଶକ ଭାବେ ଏହାର ବ୍ୟାପକ ବ୍ୟବହାର ହୁଏ । ସାର୍ବଜନୀନ ନିରାପତ୍ତାକୁ ଦୃଷ୍ଟିରେ ରଖ୍ ଏବଂ ମଣିଷ ଓ ପ୍ରାଣୀ ଉପରେ ଏହାର ରାସାୟନିକ କୁପ୍ରଭାବକୁ ରୋକିବା ପାଇଁ ଏହାକୁ ନିଷିଦ୍ଧ କରାଯାଇଛି । ଆଜି ଏହି ମର୍ମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି ।
ନିଷେଧାଜ୍ଞାର ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବା ସହିତ ଏହି ବିଷାକ୍ତ ରାସାୟନିକ ପଦାର୍ଥର ବିକ୍ରୟ/ମହଜୁଦ / ବିତରଣ/ ଉତ୍ପାଦନ ଓ ବ୍ୟବହାରକୁ ସାରା ରାଜ୍ୟରେ ନିଷିଦ୍ଧ କରାଯାଇଛି । କୀଟନାଶକ ଅଧ୍ଵନିୟମ, ୧୯୬୮ର ନିୟମ ଅନୁଯାୟୀ ନିଷେଧାଜ୍ଞା ପ୍ରାଥମିକ ଭାବେ ଦୁଇ ମାସ ପାଇଁ ବଳବତ୍ତର ରହିବ । ଗବେଷଣା ପ୍ରତିଷ୍ଠାନ ଏବଂ ଅନ୍ୟ ଅଂଶୀଦାରଙ୍କଠାରୁ ଏ ସଂପର୍କରେ ବିଜ୍ଞାନଭିତ୍ତିକ ମତାମତ ପାଇବା ପରେ ରାଜ୍ୟ ସରକାର ଓଡ଼ିଶାରେ ଏହି ରାସାୟନିକ ପଦାର୍ଥର ସ୍ଥାୟୀ ନିଷେଧାଦେଶ ପାଇଁ ଭାରତ ସରକାରଙ୍କ ନିକଟରେ ପ୍ରସ୍ତାବ ଦେବେ ।

'ମୋ ସରକାର' ଉପକ୍ରମ ଅଧୀନରେ ହିତାଧୁକାରୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ବିଷାକ୍ତ ତୃଣନାଶକ ବ୍ୟବହାର କରି ଆଉ ଯେପରି ମଣିଷ ଜୀବନ ହାନି ନହୁଏ ସେଥୁପାଇଁ ପାରାକେଟ୍ ନିଷିଦ୍ଧ କରିବା ବିଷୟରେ ଯାଞ୍ଚ ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ପରାମର୍ଶ ଦେଇଥିଲେ ।
ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଅଧ୍ଵକୃତ ବିକ୍ରେତାଙ୍କ ଦ୍ଵାରା କୀଟନାଶକ ଏବଂ କୃଷି ରାସାୟନିକ ଦ୍ରବ୍ୟର ବିକ୍ରି ନିମନ୍ତେ ରାଜ୍ୟ ସରକାର ବର୍ତ୍ତମାନ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧ୍ବକୃତ ଅଧିକାରୀ, ସଂପୃକ୍ତ ସରକାରୀ ବିଭାଗ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଓ କୃଷି ଗବେଷଣା ଅନୁଷ୍ଠାନର ବୈଜ୍ଞାନିକମାନଙ୍କ ପ୍ରେସ୍କ୍ରିପସନ୍କୁ ବାଧ୍ୟତାମୂଳକ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଏ ସଂପର୍କରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯିବ ।
ଏହା ଦ୍ଵାରା କୃଷି ବୈଜ୍ଞାନିକମାନଙ୍କ ପରାମର୍ଶ ଅନୁଯାୟୀ କୀଟନାଶକ ଔଷଧ ଏବଂ କୃଷି ରାସାୟନିକ ପଦାର୍ଥର ସଠିକ୍ ବ୍ୟବହାର ହୋଇପାରିବ ଓ କୃଷକ ଏବଂ ପରିବେଶ ଉପରେ ହେଉଥିବା କ୍ଷତିକୁ ହ୍ରାସ କରାଯାଇପାରିବ ।












Click it and Unblock the Notifications