ବଡ ଘୋଷଣା କଲେ ସରକାର; ଜାନୁଆରୀ ମାସରୁ ପ୍ରତି ମାସରେ ହିତାଧିକାରୀଙ୍କୁ ମିଳିବ ରାସନ

ରାଜ୍ୟର ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଏଣିକି ତିନି ମାସ ବଦଳରେ ମାସିକିଆ ରାସନ ପାଇବେ ହିତାଧିକାରୀ । ପ୍ରତ୍ୟେକ ମାସର ରାସନ ପୂର୍ବ ମାସର ଶେଷ ସପ୍ତାହ ସୁଦ୍ଧା ପ୍ରଦାନ କରାଯିବ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇ ମାସିଆ ରାସନ ମଧ୍ୟ ପ୍ରଦାନ କରାଯିବ ।

ଏଥିପାଇଁ ଡିଲରମାନେ ଠିକ ସମୟରେ ସାଧାରଣ ବଣ୍ଟନ ସାମଗ୍ରୀ ଉଠାଇବା ଓ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି ।

Ration will be available to the beneficiaries

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟଧାରା ସମୀକ୍ଷା କରିବା ଅବସରେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ୩ ମାସିକିଆ ବଦଳରେ ଏଣିକି ହିତାଧିକାରୀମାନେ ମାସିକିଆ ରାସନ ସାମଗ୍ରୀ ପାଇବେ । ଇ-କେୱାଇସି ଯାଞ୍ଚ ପ୍ରକ୍ରିା ଶେଷ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଅବଗତ କରିବା ପାଇଁ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୪ ପ୍ରତିଶତ ଇ-କେୱାଇସି ପ୍ରକ୍ରିୟା ସମାପ୍ତ ହୋଇଥିବା ସେ କହିଛନ୍ତି । ସେହିପରି ଧାନକିଣାରେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି । ଚଳିତ ଖରିଫ୍ ଋତୁରେ ଧାନ କିଣା ପ୍ରକ୍ରିୟାକୁ ଠିକଣା ଢଙ୍ଗରେ ପରିଚାଳନା କରିବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦିଆଯିବା ସହ କୌଣସି ପଞ୍ଜିକୃତ ଚାଷୀ ଯେପରି ଧାନ କ୍ରୟରୁ ବଞ୍ଚିତ ନହେବେ, ସେନେଇ ଦୃଷ୍ଟି ଦେବାକୁ ମଧ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+