Get Updates
Get notified of breaking news, exclusive insights, and must-see stories!

Odisha Government: ହ୍ବାଟ୍ସଆପ୍‌ରେ ମିଳିବ ୪୨୯ ସରକାରୀ ସେବା

ଓଡ଼ିଶା ସରକାର ଓ ମେଟା ଇଣ୍ଡିଆ ମିଳିତ ଭାବେ ଏକ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ଚାଟ୍‌ବଟ୍‌ର ଶୁଭାରମ୍ଭ କରିଛନ୍ତି । ୪୨୯ରୁ ଅଧିକ ବିଭିନ୍ନ ସରକାରୀ ସେବା ଉପଲବ୍ଧ ହେବ ।

ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମୟକ୍ରମେ ସମସ୍ତ ସରକାରୀ ସେବା ଏହା ପ୍ରଦାନ କରିବ। ଏହି ଚାଟ୍‌ବଟ୍‌ ଜରିଆରେ ନାଗରିକମାନେ ଗୋଟିଏ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ ସେବା ପାଇପାରିବେ। ପ୍ରଶାସନିକ ବ୍ୟବସ୍ଥାରେ ହ୍ବାଟ୍ସଆପ୍‌ ବ୍ୟବହାରରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ ହୋଇଛି ।

ଲୋକସେବା ଭବନରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ମନୋଜ ଆହୁଜା ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଓଡ଼ିଶା ସରକାରଙ୍କ ତରଫରୁ ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (ସିଏମ୍‌ଜିଆଇ) ମେଟା ଇଣ୍ଡିଆ ସହ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ଚାଟବଟ୍ ୪୨୯ଟି ସରକାରୀ
ସେବାକୁ ଗୋଟିଏ ହ୍ୱାଟ୍ସଆପ୍‌ ନମ୍ବରରେ ସମନ୍ୱିତ କରିବ। ଯଦ୍ୱାରା ନାଗରିକମାନେ ଜନ୍ମ, ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ସାର ଲାଇସେନ୍ସ ଇତ୍ୟାଦି ଏବଂ ପ୍ରୋତ୍ସାହନ ଯୋଜନା ଭଳି ଗୁରୁତ୍ବପୂର୍ଣ୍ଣ ସେବା ସହ ଆନ୍ତଃଜାତି ବିବାହ ସୁବିଧା, ଜାତୀୟ ପରିବାର ମଙ୍ଗଳ ଯୋଜନା ଏବଂ ଆହୁରି ଅନେକ ସୁବିଧା ପାଇପାରିବେ। ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ପ୍ରତ୍ୟେକ ନାଗରିକଙ୍କୁ ସୁବିଧାରେ ସରକାରୀ ସେବା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା କେତେକ ପ୍ରତିବନ୍ଧକକୁ ଦୂର କରି ଜନସାଧାରଣଙ୍କୁ ଉଦ୍ଦିଷ୍ଟ ସେବାର ସାମଗ୍ରିକ ଉପଲବ୍ଧତା ବୃଦ୍ଧି କରିବା ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ।

ସିଏମଜିଆଇର କାର‌୍ୟ୍ୟନିର୍ବାହୀ ନିର୍ଦେଶକ ବିନୀତ ଭରଦ୍ୱାଜ କହିଛନ୍ତି ଯେ, ୨୦୨୫ ଶେଷ ସୁଦ୍ଧା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସମସ୍ତ ସାର୍ବଜନୀନ ସେବାକୁ ହ୍ବାଟ୍ସଆପ୍ ମାଧ୍ୟମରେ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଯଦ୍ୱାରା ନାଗରିକମାନେ ଟେକ୍ସଟ୍ ଏବଂ ଭଏସ୍ ମାଧ୍ୟମରେ ସେଗୁଡ଼ିକରେ ପ୍ରବେଶ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ।

Odisha Government

ମେଟା ଇଣ୍ଡିଆର ବିଜିନେସ୍ ମେସେଜିଂ ନିର୍ଦେଶକ ରବି ଗର୍ଗ କହିଛନ୍ତି, ହ୍ୱାଟ୍ସଆପ୍‌ର ସହଜତା ଓ ସରଳତା ଯୋଗୁ ଲୋ‌େ‌କ ବନ୍ଧୁ ଓ ପରିବାର ସହ ଯୋଗାଯୋଗଠାରୁ ଆରମ୍ଭ କରି ଟିକଟ ବୁକିଂ, ବିଲ୍ ପୈଠ ଏବଂ ସର୍ବସାଧାରଣ ସେବା ପାଇବା ପର‌୍ୟ୍ୟନ୍ତ କାମ କରିବାକୁ ପସନ୍ଦ କରୁଛନ୍ତି। ଓଡ଼ିଶା ସରକାରଙ୍କ ସହ ଭାଗିଦାରୀ କରି ରାଜ୍ୟର ଲକ୍ଷଲକ୍ଷ ଲୋକଙ୍କ ପାଖରେ ହ୍ବାଟ୍ସଆପ୍‌ର ଦକ୍ଷତା ପହଞ୍ଚାଇବା ସହ ସେମାନଙ୍କ ଆଙ୍ଗୁଠିରେ ନାଗରିକ ସେବା ସହଜରେ ଉପଲବ୍ଧ କରାଇବା ପାଇଁ ଆମେ ଆନନ୍ଦିତ। ଏହାବ୍ୟତୀତ ସିଏମଜିଆଇ, ସିୱାଇଏସଡି ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସଆଇଆରଡି) ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+