ସରକାରଙ୍କ ସ୍ୱଚ୍ଛ ଅବକାରୀ ନୀତି ବୃଦ୍ଧି କରିଛି ରାଜସ୍ୱ

ରାଜ୍ୟ ସରକାରଙ୍କ ସଫଳ ଅବକାରୀ ନୀତି ବିଗତ ୧୩ ବର୍ଷ ଧରି ନିୟମିତ ରାଜସ୍ୱ ବୃଦ୍ଧିରେ ସହାୟକ ହୋଇଛି । ୨୦୨୧ -୨୨ରେ ଅବକାରୀ ରାଜସ୍ବ ସଂଗ୍ରହ ୫୫୨୮୪୦ କୋଟି ଏବଂ ୨୦୯୪ କୋଟି ଟଙ୍କାର ଭାଟ୍‌ ଆକାରରେ ଆଦାୟ କରାଯାଇଛି ।

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସଫଳ ଅବକାରୀ ନୀତି ବିଗତ ୧୩ ବର୍ଷ ଧରି ନିୟମିତ ରାଜସ୍ୱ ବୃଦ୍ଧିରେ ସହାୟକ ହୋଇଛି । ୨୦୨୧ -୨୨ରେ ଅବକାରୀ ରାଜସ୍ବ ସଂଗ୍ରହ ୫୫୨୮୪୦ କୋଟି ଏବଂ ୨୦୯୪ କୋଟି ଟଙ୍କାର ଭାଟ୍‌ ଆକାରରେ ଆଦାୟ କରାଯାଇଛି । ଅବକାରୀ କ୍ୟାଡରର ପୁନର୍ଗଠନ କରାଯାଇ ସମୁଦାୟ କ୍ୟାଡ଼ର ସଂଖ୍ୟା ୧୯୦୬ରୁ ୨୨୧୦କୁ ବୃଦ୍ଧି କରାଯାଇଛି । ଗୁରୁବାର ବିଧାନସଭାରେ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା କାଳରେ ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱନୀ ପାତ୍ର ।

Odisha Assembly

ମନ୍ତ୍ରୀଙ୍କ ସୂଚନା ଅନୁସାରେ ଅବକାରୀ ଜନିତ ପାନୀୟ ମହଜୁଦ୍‌ ରଖ୍‌ବା ପାଇଁ ଖୋର୍ଦ୍ଧାରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଡିପୋକୁ କାର୍ଯ୍ୟକ୍ଷମ କରାଯାଇଛି । ଅନ୍ୟ ୩ଟି ଡିପୋର ନିର୍ମାଣ କାର୍ଯ୍ୟ ଛତ୍ରପୁର ସୋନପୁର ଓ ଅନୁଗୁଳ ଠାରେ ଚାଲିଛି । ଚଳିତ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧୫୮ ୨କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତନମଧ୍ୟରୁ ୪୦ କୋଟି ଟଙ୍କା ପୁଞ୍ଜି ବ୍ୟୟବରାଦ କରାଯାଇଛି । ଏହା ଅବକାରୀ ଜନିତ ପ୍ରବର୍ଭନକୁ ଦୂଢୀଭୂତ କରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ଅବକାରୀ ନିର୍ଦ୍ଦେଶାଳୟର କମ୍ପ୍ୟୁଟରୀକରଣ ଯୋଜନା, ୫-ଟି ଯୋଜନା ଏବଂ ବ୍ୟବସାୟ ସରଳୀକରଣ ଯୋଜନାକୁ ତ୍ଵରାନିତ କରିବା ପାଇଁ କୋଟିଏ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଗତବର୍ଷ ସମସ୍ତ ପୂର୍ବ ସ୍ବୀକୃତ ଆଇଏମଏଫଏଲ ଅଫ୍‌ ସପ୍‌ ଓ ଦେଶୀ ମଦ ଦୋକାନଗୁଡ଼ିକ ଲଟେରୀ ମାଧ୍ୟମରେ ପୁନଃ ପ୍ରଚଳନ ଓ ସଂସ୍ଥାପନ କରାଯାଇଛି । ଗତବର୍ଷ ରେକର୍ଡ ସଂଖ୍ୟକ ୩୦୧୩୦ କିଲୋ ଗ୍ରାମ ଗଞ୍ଜେଇ, ୧୧୬୬୨ ୯ ଗ୍ରାମ ବ୍ରାଉନ ସୁଗାର ଓ ୭୬୦୦ ଗ୍ରାମର ଅଫିମ ଜବତ କରାଯାଇଛି ।

ଜବତ ନିଶାଦ୍ରବ୍ୟକୁ ସୁରକ୍ଷିତ ଭାବେ ରଖିବା ପାଇଁ ରାଜ୍ୟରେ ୧୦ଟି ସ୍ଥାନରେ ଏନଡିପିଏସ୍‌ ଗୋଂଡାଉନ କାର୍ଯ୍ୟକ୍ଷମ କରାଯାଇଛି । ଅବକାରୀ ଏବଂ ପୋଲିସ୍‌ ବିଭାଗର ୧୯,୭ ୭୪ ୬୩ ଏକର ପରିମିତ ଜମିରେ ମୋଟ ୩,୨୯,୧୪,୦୩୨ ସଂଖ୍ଯାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବ୍ୟବସାୟ ସରଳୀକରଣ ପାଇଁ ଅବକାରୀ ବିଭାଗ ୩୦ଟି ସେବାକୁ ଇ-ଅବକାରୀ ଓ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିଃ (ଓ ଏସବିସିଏଲ) ଅନ୍‌ଲାଇନ୍‌ ପୋର୍ଟାଲ ମାଧ୍ଯମରେ ଉପଲବ୍ଧ କରାଯାଇଛି । ଏହା ମଧ୍ୟରୁ ୧୪ଟି ସେବାକୁ ଓଡ଼ିଶା ରାଇଟ୍ଗ ଟୁ ପବ୍ଲିକ ସର୍ଭିସ ଆକ୍ଟ ଓଆରଟିପିଏସର ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଅବକାରୀ ମନ୍ତ୍ରୀ ଗୃହରେ ସୂଚନା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+