ଶିଳ୍ପାୟନକୁ ସରକାରଙ୍କ ଗୁରୁତ୍ୱ , ୨ ବର୍ଷରେ ୧୮୬ଟି ଶିଳ୍ପକୁ ଅନୁମୋଦନ: ଶିଳ୍ପ ମନ୍ତ୍ରୀ

ଗତ ଦୁଇ ବର୍ଷରେ ୧୮୬ଟି ଶିଳ୍ପକୁ ଅନୁମୋଦନ ମିଳିଛି । ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ଜରିଆରେ ଏହି ସବୁ ଶିଳ୍ପକୁ ଅନୁମୋଦନ ଦିଆଯାଇଛି । ବିଧାନସଭାର ପ୍ରଶ୍ନ କାଳରେ ଏହି ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ।

ଭୁବନେଶ୍ୱର: ଗତ ଦୁଇ ବର୍ଷରେ ୧୮୬ଟି ଶିଳ୍ପକୁ ଅନୁମୋଦନ ମିଳିଛି । ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ଜରିଆରେ ଏହି ସବୁ ଶିଳ୍ପକୁ ଅନୁମୋଦନ ଦିଆଯାଇଛି । ବିଧାନସଭାର ପ୍ରଶ୍ନ କାଳରେ ଏହି ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ଏହାଦ୍ୱାରା ରାଜ୍ୟରେ ୪ ଲକ୍ଷ ୪୪ ହଜାର ୭୩୬ .୫୫ କୋଟି ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି ।

Odisha Assembly

ସେହିପରି ଏହାଦ୍ବାରା ୧ ଲକ୍ଷ ୬୫ ହଜାର ୪୬୨ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ୨୦୨୦ ଜୁନ୍ ଠାରୁ ବର୍ତ୍ତମାନ ସୁଦ୍ଧା ୧୧ଟି ବୃହତ୍ତ ପ୍ରକଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ୪ ହଜାର ୬୦୬ କୋଟି ଟଙ୍କାର ପୁଞ୍ଜି ନିବେଶରେ ୬୫୫୭ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି । ବିଧାନସଭାର ପ୍ରଶ୍ନ କାଳରେ ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ।

ଅନ୍ୟପଟେ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଶିଳ୍ପାନୁଷ୍ଠାନ ଗୁଡ଼ିକର ପାତର ଅନ୍ତର ନୀତିକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ହେବା ପରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନ ସହ ଏମଓୟୁ ସ୍ୱାକ୍ଷର ହୋଇଥାଏ । ଏଥିରେ ସ୍ଥାନୀୟ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ଯଦି କୌଣସି ସ୍ଥାନରେ ଏହାର ବ୍ୟତିକ୍ରମ ଘଟୁଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅମରଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ମନ୍ତ୍ରୀ ପ୍ରତାପ ଦେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+