କେନ୍ଦ୍ର ପାଖରେ ଓଡ଼ିଶା ରଖିଲା ଦାବି , ରାଜ୍ୟରେ ଦ୍ୱିତୀୟ ଏମ୍ସ ଓ ୫ ଲକ୍ଷ ଗୃହ ଦାବି କଲା
ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଯୋଗ ଦେଇଛନ୍ତି । ରାଜ୍ୟର ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଦାବି ସମ୍ବଳିତ ସ୍ମାରକପତ୍ର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଛି । ଏହି ପରାମର୍ଶ ବୈଠକରେ ଶ୍ରୀ ସିଂହଦେଓ ମଧ୍ୟ ବକ୍ତବ୍ୟ ମାଧ୍ୟମରେ ଦାବି ଉପସ୍ଥାପନ କରିଥିଲେ ।
ପ୍ରମୁଖ ଦାବି ମଧ୍ୟରେ ଓଡିଶାରେ ଅନ୍ତର୍ଜାତୀୟ ନିବେଶ ସହ ସେମିକଣ୍ଡକ୍ଟର ଶିଳ୍ପକୁ ଆକର୍ଷିତ କରିବା ନିମନ୍ତେ ରାଜ୍ୟକୁ ଏକ ନିବେଶ କେନ୍ଦ୍ର ଭାବରେ ଉପଯୁକ୍ତ ପ୍ରୋତ୍ସାହନ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି । ତେବେ କେନ୍ଦ୍ର ପାଖରେ ଯେଉଁ ଦାବିଗୁଡ଼ିକ ଓଡ଼ିଶା ରଖିଛି ତାହା ହେଉଛି ,୨୦୨୪-୨୫ ଆର୍ôଥକ ବର୍ଷର କେନ୍ଦ୍ରୀୟ ବଜେଟରେ ଓଡ଼ିଶାର ସମ୍ବଲପୁରଠାରେ ଦ୍ୱିତୀୟ ଏମ୍ସ ହସ୍ପିଟାଲ ସ୍ଥାପନ ପାଇଁ ବ୍ୟବସ୍ଥା ।

ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ କେନ୍ଦ୍ର ସରକାରଙ୍କ ଆଂଶିକ ସହାୟତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ ଗ୍ରାମାଂଚଳ ଓ ସହରାଂଚଳ ପାଇଁ ଅତିକମରେ ୫ଲକ୍ଷ ଗୃହ ଆଂବଟନ ନିମନ୍ତେ ବଜେଟରେ ବ୍ୟୟବରାଦ । ଓଡ଼ିଶାରେ ଗ୍ରୀନ୍ ଏନର୍ଜି କରିଡ଼ର ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅର୍ଥ ପ୍ରଦାନ । ଓଡ଼ିଶାରେ ବିଦ୍ୟୁତ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ, ସଂଶୋଧିତ ବିତରଣ ସେକ୍ଟର ସ୍କିମ(ଆରଡିଏସଏସ) ଅଧୀନରେ ଓଡ଼ିଶାର ବିଦ୍ୟୁତ ବିତରଣ ସଂସ୍ଥା(ଡିସକମ)ଗୁଡ଼ିକୁ ସାମିଲ କରିବା,
ସବୁଜ ହାଇଡ୍ରୋଜେନ୍ ଭଳି ନୂଆ ପ୍ରଯୁକ୍ତିବିଦ୍ୟା ପାଇଁ ଆର୍ôଥକ ସହାୟତା । ଓଡ଼ିଶାରେ ନୂଆ ସହରର ବିକାଶ ଓ ଦ୍ରୁତ ସହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା । ଓଡ଼ିଶାରେ ଜାତୀୟ ରାଜପଥ ବିଶେଷକରି କୋଷ୍ଟାଲ ହାଇୱେ ଓ କ୍ୟାପିଟାଲ ରିଜିଅନ୍ ରିଙ୍ଗରୋଡ୍ ପ୍ରକଳ୍ପର ଶୀଘ୍ର ସମାପ୍ତି ନିମନ୍ତେ ଉପଯୁକ୍ତ ପଦକ୍ଷେପ ।
ଓଡ଼ିଶାରେ ଆନ୍ତର୍ଜାତୀୟ ନିବେଶ, ସେମିକଣ୍ଡକ୍ଟର ଶିଳ୍ପକୁ ଆକର୍ଷିତ କରିବା ସହ ଓଡ଼ିଶାକୁ ପୁଞ୍ଜିନିବେଶର କେନ୍ଦ୍ର ଭାବେ ଉପଯୁକ୍ତ ପ୍ରୋତ୍ସାହନ । ପାରାଦୀପ ବନ୍ଦରର ସମ୍ପ୍ରସାରଣ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା । ଭିତ୍ତିଭୂମି ବ ିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜିନିବେଶ ନିମନ୍ତେ ୨୦୨୪-୨୫ରେ ସ୍ୱତନ୍ତ୍ର ସହାୟତା ଯୋଜନା ଅଧୀନରେ ରାଜ୍ୟକୁ ଅଧିକ ଆବଂଟନ । କେନ୍ଦ୍ର ବଜେଟରେ କେନ୍ଦ୍ରୀୟ ସହାୟତାପ୍ରାପ୍ତ ଯୋଜନା ଅଧୀନରେ ରାଜ୍ୟୱାରି ବାର୍ଷିକ ଆବଂଟନର ଅଗ୍ରୀମ ସୂଚନା ପ୍ରଦାନ, ଯାହା ରାଜ୍ୟକୁ ନିଜସ୍ୱ ବଜେଟ ପ୍ରସ୍ତୁତିକୁ ବାସ୍ତବବାଦୀ ଓ ପାଣ୍ଠିର ସମୟାନୁବର୍ତ୍ତୀ ଉପଯୋଗ କରିବାରେ ସହାୟକ ହେବ ।
ଓଡ଼ିଶାରେ ନୂତନ ସହରର ବିକାଶ ଏବଂ ଦ୍ରୁତ ସହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଏବଂ ଓ ବିଦ୍ୟୁତ୍ କ୍ଷେତ୍ର ସମସ୍ୟାର ସମାଧାନ ନିମନ୍ତେ, ସଂଶୋଧିତ ବିତରଣ ସେକ୍ଟର ସ୍କିମ୍ (ଆର୍ଡିଏସ୍ଏସ୍) ଅଧୀନରେ ଓଡ଼ିଶା ବିଦ୍ୟୁତ ବିତରଣ ସଂସ୍ଥା (ଡିଆଇଏସ୍ସିଓଏମ୍)ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା, ସବୁଜ ହାଇଡ୍ରୋଜେନ ଭଳି ନୂତନ ପ୍ରଯୁକ୍ତିବିଦ୍ୟା ପାଇଁ ଆର୍ôଥକ ସହାୟତା ଏବଂ ଓଡ଼ିଶାରେ ଗ୍ରୀନ ଏନର୍ଜି କରିଡର ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅର୍ଥ ପ୍ରଦାନ ଆବଶ୍ୟକ ଅଟେ ।












Click it and Unblock the Notifications