ଜନସଂଖ୍ୟା ନିୟନ୍ତ୍ରଣରେ ଓଡ଼ିଶାକୁ ସଫଳତା
ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଫଳତା ହାସଲ କରିଛନ୍ତି । ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଭୁବନେଶ୍ବର: ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଫଳତା ହାସଲ କରିଛନ୍ତି । ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସଚେତନତା ବୃଦ୍ଧି ପାଇଥିବାରୁ ମୋଟ ପ୍ରଜନନ ହାରରେ ନିୟନ୍ତ୍ରଣ ଆସିଛି । ରାଜ୍ୟରେ ପ୍ରଜନନ ହାର ମହିଳା ପିଛା ୧.୮ ପ୍ରତିଶତ ରହିଛି ।

ଚଳିତ ବର୍ଷ ଫିକ୍ସ ଡେ ଷ୍ଟାଟିକ ସେଣ୍ଟର ବୃଦ୍ଧି କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯାହାଦ୍ବାରା ପରିବାର ନିୟୋଜନରେ ଉଭୟ ବ୍ୟବଧାନ ଓ ସୀମିତ ପଦ୍ଧତିକୁ ବ୍ୟାପକ କରିବାକୁ ପ୍ରୋତ୍ସାହନ ମିଳିବ । ରାଜ୍ୟରେ ପ୍ରଜନନ ହାର ମହିଳା ପିଛା ୧.୮ ପ୍ରତିଶତ । ମୋଟ ପ୍ରଜନନ ହାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସୂଚକ । ଯାହା ପରିବାର ନିୟୋଜନ କାର୍ଯ୍ଯକ୍ରମର ସଫଳତାକୁ ଦର୍ଶାଇଥାଏ । କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ, ରାଜ୍ୟ ଓ ଦେଶର ଜନସଂଖ୍ୟା ସ୍ଥିରତା ଆଣିବାରେ ସୂଚନା ଦେଇଥାଏ ।
ଗତ କିଛି ବର୍ଷ ଭିତରେ ଓଡ଼ିଶା ସରକାର ଏଥିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରଜନନ ହାର ମହିଳା ପିଛା ଦେଶଠୁ କମ ରହିଛି। ରାଜ୍ୟରେ ଏହା ୧.୮ ପ୍ରତିଶତ ଥିବାବେଳେ ଦେଶରେ ୨.୦ ରହିଛି । ୬.୩୭ ଲକ୍ଷ ପରିବାରକୁ ନେଇ କରାଯାଇଥିଲା ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ । ଏଥିରେ ସାରା ଦେଶର ୭୦୭ ଜିଲ୍ଲାକୁ ସାମିଲ କରାଯାଇଥିଲା ।
ଏହା ୨୪,୧୧୫ ମହିଳା ଓ ୧ ଲକ୍ଷ ୧ ହଦାର, ୮୩୯ ପୁରୁଷଙ୍କୁ ନେଇ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ସଫଳତାରେ କାଉନସେଲିଂ ସମେତ ପରିବାର ନିୟୋଜନ ସେବା ରହିଛି । ଗୁଣାତ୍ମକ ମାନ ନିରୂପଣ, ଅନ୍ତରା ଓ ଆଇୟୁସିଡି ପରି ପରିବାର ନିୟୋଜନ ସେବା ଗୁଡ଼ିକୁ ହିତାଧିକାରୀଙ୍କ ପାଖରେ ସହଜରେ ଉପଲବ୍ଧ କରାଯାଇଛି ।
ଫାମିଲି ପ୍ଲାନିଂ, ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ ପରି ଅନଲାଇନ୍ ପଦ୍ଧତି ଜରିଆରେ ଦମ୍ପତିଙ୍କ ପାଖରେ ଠିକ୍ ସଭୟରେ ଗର୍ଭନିରୋଧକ ପହଞ୍ଚାଯାଉଛି । ଏହି କାର୍ଯ୍ୟକ୍ରମର ସଫଳତା ଯୋଗୁ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଅଧୀନରେ ସହରାଞ୍ଚଳରେ ଏହାକୁ ବୃଦ୍ଧି କରିବାକୁ ପାଇଁ ପଦକ୍ଷେପ ନିଆଯାଇଛି । ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶିଶୁ ପ୍ରସବ କରୁଥିବା ମାଆମାନଙ୍କ ମଧ୍ୟରେ ପ୍ରସବ ପରବର୍ତ୍ତୀ ସେବାକୁ ଅଧିକ ପ୍ରୋତ୍ସାହିତ କରାଯାଉଛି । ଯେଉଁଠି ମାଆମାନଙ୍କୁ ସେମାନଙ୍କ ପ୍ରଜନନ ନିୟନ୍ତ୍ରଣ କରିବା ପାଇଁ ଗର୍ଭନିରୋଧକ ବ୍ୟବହାର ନେଇ ଗୁରୁତ୍ବ ଦିଆଯାଉଛି ।












Click it and Unblock the Notifications