ମହାନଦୀ ବନ୍ୟା ପାଣିରେ ବୁଲୁଛି ବିଶାଳ କୁମ୍ଭୀର, ଲୋକେ ଆତଙ୍କିତ
ମହାନଦୀ ବନ୍ୟା ପାଣିରେ ବୁଲୁଛି ବିଶାଳ କୁମ୍ଭୀର । ଏଭଳି ଦୃଶ୍ୟ ଦେଖି ନଦୀକୂଳିଆ ଲୋକଙ୍କ ମନରେ ଛନକା ପଶିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ରାମଗଡ଼ ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ବୌଦ୍ଧ: ମହାନଦୀ ବନ୍ୟା ପାଣିରେ ବୁଲୁଛି ବିଶାଳ କୁମ୍ଭୀର । ଏଭଳି ଦୃଶ୍ୟ ଦେଖି ନଦୀକୂଳିଆ ଲୋକଙ୍କ ମନରେ ଛନକା ପଶିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ରାମଗଡ଼ ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ମହାନଦୀରେ ବନ୍ୟା ପାଣି ଆସି ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ରାମଗଡ଼ ମହାନଦୀ ବନ୍ୟା ପାଣିରେ ଏକ ବିଶାଳ କୁମ୍ଭୀର ଯାଉଥିବାର ସ୍ଥାନୀୟ ବାସିନ୍ଦା ଦେଖିଥିଲେ। କୁମ୍ଭୀରଟି ରାମଗଡ଼ ନଦୀ କୂଳରେ ଛକି ରହିଥିବା ବେଳେ ଲୋକଙ୍କ ନଜରରେ ପଡ଼ିଥିଲା। ଏହି କୁମ୍ଭୀର କେଉଁଠାରୁ ଆସିଲା ଏବଂ ଏହା ଗୋଟିଏ ନା ଅଧିକ ସଂଖ୍ୟକ କୁମ୍ଭୀର ଆସିଛନ୍ତି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଲୋକେ ବନ୍ୟା ପରିସ୍ଥିତି ମୁକାବିଲା କରୁଥିବା ବେଳେ କୁମ୍ଭୀର ଆତଙ୍କ ଲୋକଙ୍କୁ ଅଧିକ ଭୟଭୀତ କରିଛି ।
ପ୍ରବଳ ବର୍ଷା ସାଙ୍ଗକୁ ମହାନଦୀ ଜଳସ୍ତର ବଢ଼ୁଥିବାରୁ କୁମ୍ଭୀର ଘରମୁହାଁ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ସୂଚନାଥାଉକି, ଏଠାରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଉଭୟ ତେଲନଦୀ ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ହରଭଙ୍ଗା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।












Click it and Unblock the Notifications