ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ଓଡିଶାର 23ଟି ସ୍ଵର୍ଣ ପଦକ ହାସଲ

ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ପାଟନା ଠାରେ ଆୟୋଜିତ ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ସର୍ବାଧିକ ପଦକ ଜିତି ସ୍କିଲ୍ଡ-ଇନ୍-ଓଡିଶା ପ୍ରତିଯୋଗୀ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶା ସର୍ବମୋଟ

ଭୁବନେଶ୍ବର: ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ପାଟନା ଠାରେ ଆୟୋଜିତ ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ସର୍ବାଧିକ ପଦକ ଜିତି ସ୍କିଲ୍ଡ-ଇନ୍-ଓଡିଶା ପ୍ରତିଯୋଗୀ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶା ସର୍ବମୋଟ ୨୩ଟି ସ୍ୱର୍ଣ୍ଣ ଏବଂ ୨୦ଟି ରୌପ୍ୟ ପଦକ ହାସଲ କରି ପୂର୍ବାଞ୍ଚଳ ଜୋନ୍ରେ ଶୀର୍ଷରେ ରହିଛି ।
ଏହି ପ୍ରତିଯୋଗିତାରେ ଓଡିଶାରୁ ୮୫ ଜଣ ପ୍ରତିଯୋଗୀ ୩୯ଟି ସ୍କିଲ୍ରେ ଅଂଶଗ୍ରହଣ କରିଥିଲେ ।

Skilled in Odisha

ଅକ୍ଟୋବର ୨୩ରେ ପାଟନାର ବାପୁ ସଭାଗାରଠାରେ ଆୟୋଜିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ବିହାରର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଫଗୁ ଚୌହାନ ୪୩ ଜଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏତଦ୍ବ୍ୟତୀତ ୬ ଟି ସ୍କିଲ୍ରେ ଓଡିଶାର ୧୨ ଜଣ ପ୍ରତିଯୋଗୀ ୱାକ୍ ଓଭର ରୂପେ ଚୟନ ହୋଇ ଜାତୀୟସ୍ତରକୁ ଉନ୍ନିତ ହୋଇଛନ୍ତି ।ମୋଟ ୫୯ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୧୩ ଜଣ ଯୁବତୀ ଅଛନ୍ତି । ଏହି ଯୁବତୀମାନେ ୱେଲ୍ଡିଂ, ଡେକୋରେଟିଙ୍ଗ୍‌ ଏବଂ ପେଣ୍ଟିଂ ଭଳି ପୁରୁଷ ପ୍ରାଧାନ୍ୟ ସ୍କିଲ୍ସରେ ନିଜର ପାରଦର୍ଶିତା ଦେଖାଇପାରିଛନ୍ତି । ସମସ୍ତ ପ୍ରତିଯୋଗୀ ଡିସେମ୍ବର ୨୦୨୧ରେ କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ହେବାକୁ ଥିବା ଇଣ୍ଡିଆ ସ୍କିଲ୍ସରେଭାଗ ନେବେ । ଏଥିରେ କୃତିତ୍ୱ ଲାଭ କରିବା ବିଜେତା ୨୦୨୨ ଅକ୍ଟୋବରରେ ଚୀନ୍ର ସାଙ୍ଘାଇ ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଦେଶକୁ ପ୍ରତିନିଧିତ୍ୱ କରିବେ । ଏହି ପ୍ରତିଯୋଗିତାରେ ପୂର୍ବ ଭାରତର ମୋଟ ୨୪୫ ଜଣ ଯୁବକଯୁବତୀ ଭାଗ ନେଇଥିଲେ ।

ସୂଚନା ଥାଉ କି ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତା ନିମନ୍ତେ ଓଡିଶାର ମିଶନ ୨-୩-୪ ଅର୍ଥାତ୍‌ ଦୁଇଟି ସ୍ୱର୍ଣ୍ଣ, ତିନୋଟି ରୌପ୍ୟ ଏବଂ ଚାରିଟି ତାମ୍ର ପଦକ ହାସଲ ଲକ୍ଷ୍ୟ ରହିଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ ବିଜେତାମାନଙ୍କୁ ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ସେମାନଙ୍କୁ କଠିନ ପରିଶ୍ରମ ଜାରି ରଖିବାକୁ କାମନା କରିଛନ୍ତି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗ୍ଚୀ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗୀୟ ମନ୍ତ୍ରୀ, ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ମଧ୍ୟ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଅକ୍ଟୋବର ୨୦ରୁ ୨୩ ମଧ୍ୟରେ ପାଟଣାଠାରେ ଆୟୋଜିତ ଏହି ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତା କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟ ଅଧିନସ୍ଥ ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ ଦ୍ୱାରା ଆୟୋଜନ ହୋଇଛି । ଏହି ଜୋନ୍ରେ ପୂର୍ବାଞ୍ଚଳର ଆଣ୍ଡାମାନ୍ ଏବଂ ନିକୋବର କେନ୍ଦ୍ରଶାସିତ ଅଞ୍ଚଳ, ଆସାମ୍, ବିହାର, ଝାଡଖଣ୍ଡ, ମିଜୋରାମ, ଓଡିଶା, ତ୍ରିପୁରା ଓ ପଶ୍ଚିମ ବଙ୍ଗ ରାଜ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+