ନିଜ ବନ୍ଧୁକରୁ ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ
ଅଣ୍ଟାରେ ରଖୁଥିଲେ ନିଜ ବନ୍ଧୁକ । ବନ୍ଧୁକରୁ ଫୁଟିଲା ଗୁଳି । ଗୁଳି ବାଜି ଚାଲିଗଲା ଆଇଆଇସିଙ୍କ ଜୀବନ । ଆଜି ଏମିତି ଏକ ଅଭବନୀୟ ଘଟଣା ଘଟିଛି ସ୍ଥାନୀୟ ଗାଙ୍ଗପୁର ଥାନା ପରିସର ।
ବ୍ରହ୍ମପୁର: ଅଣ୍ଟାରେ ରଖୁଥିଲେ ନିଜ ବନ୍ଧୁକ । ବନ୍ଧୁକରୁ ଫୁଟିଲା ଗୁଳି । ଗୁଳି ବାଜି ଚାଲିଗଲା ଆଇଆଇସିଙ୍କ ଜୀବନ । ଆଜି ଏମିତି ଏକ ଅଭବନୀୟ ଘଟଣା ଘଟିଛି ସ୍ଥାନୀୟ ଗାଙ୍ଗପୁର ଥାନା ପରିସର । ନିଜ ବନ୍ଧୁକର ଗୁଳିରେ ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି ।

ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି । ଆସିକା ଡାକ୍ତରଖାନାରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ନିଜେ ରଖିଥିବା ବନ୍ଧୁକରୁ ଗୁଳି ବାଜି ମୃତ୍ୟୁ ହୋଇଛି ।
ତେବେ ନିଜେ ଆଜି ଗାଙ୍ଗପୁର ଥାନା ପରିସରରେ ଅଣ୍ଟାରେ ନିଜ ବନ୍ଧୁକ ରଖୁଥିବା ବେଳେ ଅଚାନକ ତାଙ୍କ ବନ୍ଧୁକରୁ ଗୁଳି ଫୁଟି ତାଙ୍କ ଅଣ୍ଟାରେ ବାଜି ଥିଲା । ପରେ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା । ତାଙ୍କୁ ଆସ୍କା ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅସାବଧାନ କାରଣରୁ ଗୁଳି ବାଜିଲା ନା ଆଇଆଇସି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ତାହାର କାରଣ ସ୍ପଷ୍ଟ ହୋଇ ନାହିଁ।












Click it and Unblock the Notifications