Get Updates
Get notified of breaking news, exclusive insights, and must-see stories!

ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ୍‌ ଦଣ୍ଡ

ଭୁବନେଶ୍ୱର: ପତ୍ନୀ ହତ୍ୟା ମାମଲାରେ ଗୁଣପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଛି ଆଜୀବନ କାରାଦାଣ୍ଡ ଆଦେଶ। ଦଫା ୩୦୨ ଆଧାରରେ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ବି କରାଯାଇଛି । ଆଜି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଏପରି ଦଣ୍ଡବିଧାନ ଶୁଣାଇଛନ୍ତି ।

ତେବେ ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ସଜା ନେଇ ନିର୍ଦ୍ଦେଶ ରହିଛି । ପ୍ରମାଣ ନଷ୍ଟ ଅଭିଯୋଗରେ ୩ ବର୍ଷ ସଜା ସହ ୧୦ ହଜାର ଫାଇନ ମଧ୍ୟ ହୋଇଛି । ଏହି ଜରିମାନା ଅନାଦେୟ ହେଲେ ପୁଣି ୩ ମାସ ସଜା ନିର୍ଦ୍ଦେଶ ରହିଛି ।

Former MLA

ସୂଚନାଥାଉ କି, ୧୯୯୫ ଅଗଷ୍ଟ ମାସ ୨୯ତାରିଖ ଗଣେଶ ପୂଜା ଦିନ ରାମ ମୂର୍ତ୍ତିଙ୍କ ପତ୍ନୀ ଶଶିରେଖାଙ୍କର ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ତାଙ୍କର ଅଧାପୋଡା ମୃତଦେହ ଶୌଚାଳୟରୁ ଉଦ୍ଧାର କରାଯାଇଥିଲା । ସେତେବେଳେ ସେ ଗର୍ଭବତୀ ଥିଲେ । ଏ ନେଇ ପ୍ରଥେମ ଏକ ୟୁଡି ମାମଲା ରୁଜୁ ହୋଇଥିଲା । କିନ୍ତୁ ପରେ ହତ୍ୟା ମାମଲା ରୁଜୁ କରାଯାଇଥିଲା ।

ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହତ୍ୟା ମାମଲା ରୁଜୁ କରି ସ୍ୱାମୀ ରାମମୂର୍ତ୍ତି ଗମାଙ୍ଗଙ୍କୁ ଗିରଫ କରି ଝାରପଡା ଜେଲକୁ ପଠାଇ ଦେଇଥିଲା । ଏହାପରେ ହାଇକୋର୍ଟରୁ ଜାମିନ ପାଇ ଜେଲରୁ ମୁକୁଳିଥିଲେ ରାମମୂର୍ତ୍ତି ।

୨୭ ବର୍ଷ ପରେ ଅର୍ଥାତ ଜୁନ ୨୪ ତାରିଖରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସ୍ୱତନ୍ତ୍ର କୋର୍ଟ । ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ଭୁବନେଶ୍ୱର ସ୍ପେଶାଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ଉଲ୍ଲେଖଥାଉ କି, ୧୯୯୫ ମସିହାରେ ଗମାଙ୍ଗ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ । ୨୦୦୦ ନିର୍ବାଚନରେ ସେ ଗୁଣପୁରରୁ ୩୦ ହଜାର ଭୋଟରେ ଜିତିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+