ରାଜ୍ୟପାଳଙ୍କ ଅଦଳବଦଳ ପରେ ଜୋରଦାର ଚର୍ଚ୍ଚା: ରଘୁବରଙ୍କ ଇସ୍ତଫାର ଜଣାପଡିଲା ବଡ଼ କାରଣ

ରାଜ୍ୟପାଳଙ୍କ ଅଦଳବଦଳ ପରେ ଜୋରଦାର ଚର୍ଚ୍ଚା । ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଅନ୍ୟପଟେ ବିହାର, ମିଜୋରାମ, କେରଳ ଏବଂ ମଣିପୁରର ରାଜ୍ୟପାଳଙ୍କୁ ପରିବର୍ତ୍ତନ କରାଯାଇଛି ।

ରାଷ୍ଟ୍ରପତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ପରେ ମିଜୋରାମ ରାଜ୍ୟପାଳ ହରିବାବୁଙ୍କୁ ତାଙ୍କ ସ୍ଥାନରେ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

ଭାରତୀୟ ସମ୍ବିଧାନର ଧାରା ୧୫୬ ଅନୁଯାୟୀ ରାଜ୍ୟପାଳ କାର୍ଯ୍ୟକାଳ ୫ବର୍ଷ। ରାଜ୍ୟପାଳ ଭାବେ ନିଯୁକ୍ତି ହୋଇବାକୁ ବ୍ୟକ୍ତି ଭାରତର ନାଗରିକ ହେବା ଆବଶ୍ୟକ। ଏହା ବ୍ୟତୀତ ରାଜ୍ୟପାଳ ଭାବରେ ନିଯୁକ୍ତ ବ୍ୟକ୍ତିଙ୍କ ବୟସ ପଚିଶ ବର୍ଷ କିମ୍ବା ତା'ଠାରୁ ଅଧିକ ହେବା ଉଚିତ। ତେବେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଇସ୍ତଫା ଦେଇଛନ୍ତି। ତାଙ୍କୁ ନେଇ ଭାଜପାର ଶୀର୍ଷ ନେତୃତ୍ୱ କିଛି ବଡ଼ ପ୍ଲାନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ODISHA FORMER GOVERNOR

ରାଜ୍ୟପାଳଙ୍କୁ ହଟାଇବା ଅଧିକାର କାହାର ରହିଛି? କୌଣସି ରାଜ୍ୟର ରାଜ୍ୟପାଳ କିମ୍ବା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ହଟାଇବା ଚୂଡାନ୍ତ ନିଷ୍ପତ୍ତି ଦେଶର ରାଷ୍ଟ୍ରପତିଙ୍କ ଦ୍ୱାରା ନିଆଯାଏ। ତେବେ ସମ୍ବିଧାନର ଧାରା ୭୪ ଅନୁଯାୟୀ, ରାଷ୍ଟ୍ରପତିଙ୍କୁ ସହାୟତା ଏବଂ ପରାମର୍ଶ ଦେବା ପାଇଁ ମନ୍ତ୍ରୀ ପରିଷଦ ଗଠନ କରାଯାଏ, ଯାହାର ମୁଖ୍ୟ ପ୍ରଧାନମନ୍ତ୍ରୀ ହୋଇଥାନ୍ତି। ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତି କେବଳ ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ନିଷ୍ପତ୍ତି ନିଅନ୍ତି।

ସମ୍ବିଧାନରେ ଏପରି ମଧ୍ୟ ନିୟମ ରହିଛି ଯେଉଁଥିରେ ରାଜ୍ୟପାଳ ମଧ୍ୟ ନିଜେ ଇସ୍ତଫା ଦେଇପାରିବେ। ସମ୍ବିଧାନର ଧାରା ୧୫୬ ଅନୁଯାୟୀ ରାଜ୍ୟପାଳ ନିଜ ଇଚ୍ଛାରେ ନିଜ ପଦ ଛାଡି ପାରିବେ, ଏଥିପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖିବାକୁ ପଡିବ। ଏହାପରେ ରାଷ୍ଟ୍ରପତି ଏନେଇ ନିଷ୍ପତ୍ତି ନେବେ।

ଯଦି ରଘୁବରଙ୍କ ବିଷୟରେ ଆଲୋଚନା କରିବା ତେବେ ୨୦୨୩ ଅକ୍ଟୋବରରେ ସେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଥିଲେ। ଦାୟିତ୍ୱ ନେଲା ପରେ ସେ ବେଶ୍‌ ସକ୍ରିୟ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ସେ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ବିଭିନ୍ନ ନିର୍ଦ୍ଦେଶ ବି ଜାରି କରୁଥିଲେ। ଫଳରେ ତତ୍କାଳୀନ ବିଜେଡି ସରକାର ଅଡୁଆରେ ପଡିଯାଉଥିଲେ। ତେବେ ପ୍ରକୃତ କାରଣ ରହିଛି ତାହା ଜଣାପଡିନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+