ଜାତିସଂଘରେ ପୁରସ୍କୃତ ହେଲେ ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା
ମହିଳା ଜଙ୍ଗଲ ଅଧିକାରୀ ସସ୍ମିତା ଲେଙ୍କାଙ୍କୁ ମିଳିତ ଜାତିସଂଘର ଏସିଆ ପରିବେଶ ଏନଫୋର୍ସମେଣ୍ଟ ଆୱାର୍ଡ ବା ଏସିଆ ପରିବେଶ ପ୍ରବର୍ତ୍ତନ ପୁରସ୍କାର ପ୍ରଦାନ କରାଯାଇଛି।
ଭୁବନେଶ୍ୱର: ଅନ୍ତର୍ଜୀତୀୟ ସ୍ଥରରେ ଓଡିଶାର ପରିଚୟ । ଭାରତ ପାଇଁ ପ୍ରଥମ ଥର ଜଣେ ଓଡିଆ ଜାତିସଙ୍ଘରେ ପୁରଷ୍କୃତ ହୋଇଛନ୍ତି । ଭାରତ ପାଇଁ ପ୍ରଥମଥର ଜଣେ ମହିଳା ଜଙ୍ଗଲ ଅଧିକାରୀ ସସ୍ମିତା ଲେଙ୍କାଙ୍କୁ ମିଳିତ ଜାତିସଂଘର ଏସିଆ ପରିବେଶ ଏନଫୋର୍ସମେଣ୍ଟ ଆୱାର୍ଡ ବା ଏସିଆ ପରିବେଶ ପ୍ରବର୍ତ୍ତନ ପୁରସ୍କାର ପ୍ରଦାନ କରାଯାଇଛି।
କଟକ, ଆଠଗଡର ଡିଭିଜନାଲ ବନ ଅଧିକାରୀ ଥିବା ଶ୍ରୀମତୀ ଲଙ୍କା ରାଜ୍ୟରେ ପରିବେଶ ଅପରାଧ ରୋକିବା ଓ ବଜ୍ରକାପ୍ତା ପରି ବିଲୁପ୍ତ ପ୍ରାୟ ପ୍ରାଣୀର ଚୋରା ଚାଲାଣକାରୀ ରାକେଟକୁ ଦମନ କରିବା ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ 'ଲିଙ୍ଗ ଲିଡରସିପ୍ ଆଣ୍ଡ୍ ଇମ୍ପାକ୍ଟ' ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ସେ କହିଛନ୍ତି, "ଆମେ ଗୋଟିଏ ମୃତ ବଜ୍ରକାପ୍ତା ସମେତ 3ଟି ବଜ୍ରକାପ୍ତା ଜବତ କରିଛୁ ଏବଂ 28 ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛୁ । ବ୍ଲାକ ମାର୍କେଟିଂ ପାଇଁ ଚୀନ୍, ଭିଏତନାମ ଏବଂ ମିଆଁମାରକୁ ଏହି ବଜ୍ରକାପ୍ତାଯୋଗାଇ ଦିଆଯାଉଥିଲା। ମୁଁ ଖୁସି ଯେ, ମୋର କାମକୁ କେହି ଯୋଗ୍ୟ ବିବେଚନା କରିଛନ୍ତି । "

ପୂର୍ବରୁ ସସ୍ମିତା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପଶୁ ଓ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଥିବାବେଳେ ଚିଲାକର ବିକାଶ ଦିଗରେ କାର୍ଯ୍ୟ କରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି ସସ୍ମିତା । ସେପଟେ ଅଗାମୀ ଦିନରେ ଅଧିକରୁ ଅଧିକ ପଶୁ ଓ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ।
ତେବେ ବଜ୍ରକାପ୍ତା ଚୋରା ଚାଲଣକୁ ରୋକିବା ପାଇଁ ସନ୍ଦିଗ୍ଧମାନଙ୍କ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ସେ 10 ହଜାର ଟଙ୍କା ପୁରଷ୍କାର ଦେଇଥିଲେ । "30ଟି ଗାଁର ଲୋକେ ମୋତେ ଏହି ରାକେଟ ବିଷୟରେ ସୂଚନା ଦିଅନ୍ତି । ଧିରେ ଧିରେ ଏହା ବଢିବାକୁ ଲାଗିଲା । ଫଳରେ ଏହି ସୂଚନା ଆଧାରରେ ଆମେ ଅନେକ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସକ୍ଷମ ହେଲୁ ।" ବୋଲି ସସ୍ମିତା କହିଛନ୍ତି।

ସେ କହିଛନ୍ତି ଯେ, ନିଜ ନିଜ ଅଞ୍ଚଲରେ ବଜ୍ରକାପ୍ତା ଭଳି ବିଲୁପ୍ତ ଜୀବ ଅଛନ୍ତି ବୋଲି ଅଧିକାଂଶ ସ୍ଥାନୀୟ ଲୋକ ଜାଣି ନାହାଁନ୍ତି । କିନ୍ତୁ ପଶୁ ବିଷୟରେ ସଚେତନତା ଏବଂ ପ୍ରଶାସନ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷପ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିଛି।












Click it and Unblock the Notifications