For Quick Alerts
Turn On Notification  
For Daily Alerts
Oneindia App Download

ଜଳୁଛି ଶିମିଳିପାଳ, ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି 1 ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ

ଦୀର୍ଘ 10 ଦିନ ହେବ ଜଙ୍ଗଲରେ ନିଆଁ ଲାଗିଛି । ମାତ୍ର ନିଆଁକୁ ଲିଭାଇବାରେ ବିଫଳ ହୋଇଛି ବନ ବିଭାଗ । ଫଳରେ ଆଜି ବନ ବିଭାଗର ୮ ଶହ କର୍ମଚାରୀ ଓ ୨୫୦ ଜଣ ଜଙ୍ଗଲ ଜଗୁଆଳୀ ମିଳିତ ଭାବେ ନିଆଁ ଲିଭାଉଛନ୍ତି।

|

ବାରିପଦା: ଜଳୁଛି ଶିମିଳିପାଳ । ରାଜ୍ୟର ଏହି ଅନ୍ୟତମ ପର୍ଯ୍ୟଟନ ସ୍ଥଳ ଏବେ ନିଆଁ ଆୟତ୍ତରେ । ଦୀର୍ଘ 10 ଦିନ ହେବ ଜଙ୍ଗଲରେ ନିଆଁ ଲାଗିଛି । ମାତ୍ର ନିଆଁକୁ ଲିଭାଇବାରେ ବିଫଳ ହୋଇଛି ବନ ବିଭାଗ । ଫଳରେ ଆଜି ବନ ବିଭାଗର ୮ ଶହ କର୍ମଚାରୀ ଓ ୨୫୦ ଜଣ ଜଙ୍ଗଲ ଜଗୁଆଳୀ ମିଳିତ ଭାବେ ନିଆଁ ଲିଭାଉଛନ୍ତି। ଏଥିପାଇଁ ୪୦ଟି ଗାଡ଼ି ଓ ୨୪୦ଟି ବ୍ଲୋୟର ମେସିନ ଲଗାଯାଇଛି ବୋଲି ଶିମିଳିପାଳ ଅଭୟାରଣ୍ୟ ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତି କହିଛନ୍ତି ।

ସେପଟେ ୱାଇଲ୍ଡ ଲାଇଫ୍ ପିସିସିଏଫ୍ ଘଟଣାସ୍ଥଳକୁ ଯିବେ ବୋଲି ଜଣାପଡ଼ିଛି। ନିଆଁ କେମିତି ଲାଗିଲା ଓ ଏହାର କାରଣ ସଂପର୍କରେ ଅନୁଧ୍ୟାନ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସ୍ଥାନୀୟ ଅଧିକାରୀଙ୍କ ସହ ପିସିସିଏଫ୍ ଆଲୋଚନା କରି ଆସନ୍ତାକାଲି ରିପୋର୍ଟ ଦେବେ।

Similipal

ଶିମିଳିପାଳ ଜିଲ୍ଲାବାସୀଙ୍କ ଲାଇଫଲାଇନ୍ । ଏହା ଉପରେ ସାରା ରାଜ୍ୟବାସୀ ନିର୍ଭର କରିଥାନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏଦିଗରେ ଧ୍ୟାନ ଦିଅନ୍ତୁ । ଏନେଇ ଏକ ସ୍ୱତନ୍ତ୍ର ବିଭାଗ ଗଠନ କରି ଅଗ୍ନିକାଣ୍ଡକୁ ଆୟତ୍ତ କରିବା ସମୟ ଆସିଛି । ଜଙ୍ଗଲ ନିଆଁକୁ ପ୍ରାକୃତିକ ବିପର୍ଯ୍ୟ ଭଳି ଗୁରୁତ୍ୱ ସହ ନେବାକୁ ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ନିବେଦନ କରିଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଟ୍ୱିଟ୍‌ କରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହାପରେ ନିଆଁକୁ ଆୟତ୍ତ କରିବା ନେଇ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ପର୍କରେ ତାଙ୍କୁ ଅତିଶ୍ରୀଘ୍ର ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାଭଡେକର।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Forest Fire: More than 1,000 person try to caught Similipal Fire
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X