କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପିର ସଂସଦୀୟ ପ୍ରତିନିଧିମଣ୍ଡଳୀ
କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ରାଜ୍ୟ ବିଜେପିର ୯ ଜଣିଆ ସଂସଦୀୟ ପ୍ରତିନିଧିମଣ୍ଡଳୀ ଭେଟିଛନ୍ତି ।
ନୂଆଦିଲ୍ଲୀ: ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣା । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ରାଜ୍ୟ ବିଜେପିର ୯ ଜଣିଆ ସଂସଦୀୟ ପ୍ରତିନିଧିମଣ୍ଡଳୀ ଭେଟିଛନ୍ତି । ତେବେ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଟିମ୍ ପଠାଇବାକୁ ରାଜ୍ୟ ନେତାମାନେ ଦାବି କରିଥିଲେ । ଏନେଇ ପଦକ୍ଷେପ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡିଶାରେ ଜଙ୍ଗଲ ନିଆଁକୁ ଲିଭାଇବା, ଜଙ୍ଗଲ ଜମି, ଫ୍ଲୋରା ଏବଂ ଫୋନାର କ୍ଷୟକ୍ଷତିର ଆକଳନ କରିବା । ଜଙ୍ଗଲ ଉପରେ ନିଜର ଜୀବନଜୀବିକା ପାଇଁ ନିର୍ଭର କରୁଥିବା ସମୁଦାୟଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ମନ୍ତ୍ରଣାଳୟର ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ସହ ବୈଠକ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ସହଯୋଗ ପାଇଁ ଜଣାଇଛନ୍ତି ।












Click it and Unblock the Notifications