ରାଜ୍ୟ ରାଜକୋଷକୁ ୧.୫୮ କୋଟି ଟଙ୍କାର ଲାଭାଂଶ ଦେଲା ଓଡିଶା ବନ ଉନ୍ନୟନ ନିଗମ
ଓଡିଶା ବନ ଉନ୍ନୟନ ନିଗମ (OFDC) ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ କୋଟି ୫୮ ଲକ୍ଷ ୧୩ ହଜାର ୧୭୫ ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି।
ଭୁବନେଶ୍ବର: ଓଡିଶା ବନ ଉନ୍ନୟନ ନିଗମ (OFDC) ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ କୋଟି ୫୮ ଲକ୍ଷ ୧୩ ହଜାର ୧୭୫ ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଗମର ପରିଚାଳନା ନିର୍ଦ୍ଦେଶକ ରାଜୀବ କୁମାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏହି ପରିମାଣରେ ଚେକ୍ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୧୯-୨୦ ଆର୍ଥିକ ବର୍ଷରେ ବନ ଉନ୍ନୟନ ନିଗମ ଟିକସ ପରେ ସମୁଦାୟ ୧୦.୫୪ କୋଟି ଟଙ୍କା ଲାଭ ପାଇଥିବା ବେଳେ, ରାଜ୍ୟ ସରକାରଙ୍କ ଲାଭାଂଶ ବାବଦରେ ୧.୫୮ କୋଟି ଟଙ୍କା ପ୍ରଦାନ କରିଛି । ୧୯୬୨ ମସିହାରେ ସୃଷ୍ଟି ହୋଇଥିବା ଓଡିଶା ବନ ଉନ୍ନୟନ ନିଗମ ହେଉଛି ଦେଶର ସର୍ବ ପୁରାତନ ବନ ନିଗମ । ଗତ ୧୫ ବର୍ଷରୁ ଅଧିକ ସମୟ ଧରି ଏହା ଲାଭ କରିଆସୁଛି । ସାରା ରାଜ୍ୟରେ ଏହାର ୨୦ଟି ଡିଭିଜନରେ ୫୨ଟି କେନ୍ଦ୍ରୀୟ କାଠ ଡିପୋ ଓ ୬୭ଟି ଜାଳେଣି କାଠ ଡିପୋ ରହିଛି । ଚଳିତ ବର୍ଷ ନିଗମ ୪.୮୧ ଲକ୍ଷ ଚାରା ରୋପଣ କରିଛି ।
ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ସ୍ବାଗତ ଭାଷଣ ଦେଇ ନିଗମର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ନିଗମର ଅଧ୍ୟକ୍ଷ ପରାଗ ଗୁପ୍ତା, ଉନ୍ନୟନ କମିଶନର ପି.କେ. ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।












Click it and Unblock the Notifications