Get Updates
Get notified of breaking news, exclusive insights, and must-see stories!

ଖାଦ୍ୟ ପ୍ରକ୍ରିୟାକରଣରେ ଓଡ଼ିଶା ସର୍ବଶ୍ରେଷ୍ଠ

ଖାଦ୍ୟ ପ୍ରକ୍ରିୟାକରଣରେ ଓଡ଼ିଶା ସର୍ବଶ୍ରେଷ୍ଠ.Odisha Food PRO 2022 is being organized on 21st July '22

ଭୁବନେଶ୍ୱର: ଖାଦ୍ୟ ପ୍ରକ୍ରିୟାକରଣରେ ଓଡ଼ିଶା ସର୍ବଶ୍ରେଷ୍ଠ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବିକାଶର ସାଜିଛନ୍ତି ପଥ ପ୍ରଦର୍ଶକ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଆଜି ଭାରତର ସର୍ବଶ୍ରେଷ୍ଠ ଖାଦ୍ୟ ପ୍ରକ୍ରିୟାକରଣ ରାଜ୍ୟ ହୋଇପାରିଛି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଆହୁରି କାର୍ଯ୍ୟକ୍ଷମ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆସନ୍ତ ୨୧ ତାରିଖରେ ଓଡ଼ିଶା ଫୂଡ୍ ପ୍ରୋ ୨୦୨୨ ଆୟୋଜନ କରାଯିବ । ଏହି ଇଭେଣ୍ଟ ଲୋକସଭା ଭବନ ସଭାଗୃହରେ ଅନୁଷ୍ଠିତ ହେବ ।ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ତେବେ ଖାଦ୍ୟ ପ୍ରକ୍ରିୟକରଣ କ୍ଷେତ୍ରକୁ ନୂତମବୈଷିୟିକ ଜ୍ଞାନ ,ଦକ୍ଷତା ଓ ଅଧିକ ପୁଞ୍ଜି ନିବେଶ ଯୋଗାଇବା ପାଇଁ ଏହି କାର୍ଯ୍ୟ ଆୟୋଜିତ ହେବ । ଖାଦ୍ୟ ପ୍ରକ୍ରିୟାକରଣ ସହିତ ଜଡି଼ତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ,ସମବାୟ ସଂସ୍ଥା ,କୃଷକ ଉତ୍ପାଦକ ସଂଗଠନ ଓ ଏକକ ଉଦ୍ୟୋଗ ଗୁଡିକୁ ମୁଖ୍ୟସ୍ରୋତରେ ସାମିଲ କରାଯିବାର ଲକ୍ଷ ରଖାଯାଇଛି ।

ODISHA FOOD PRO

ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦୦ରୁ ଅଧିକ ଶିଳ୍ପପତୀ ସମେତ ଆଟିସି ,ରିଲାଏନ୍ସ ଭଳି ଅନେକ ବଡ଼ ବଡ଼ କମ୍ପାନୀ ଅଂଶ ଗ୍ରହଣ କରିବେ ।ତେବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥରରେ ଓଡ଼ିଶାକୁ ଏକ
ଏକ ଆକର୍ଷକ ଖାଦ୍ୟ ପ୍ରକ୍ରିୟିୟାକରଣ ପେଣ୍ଠ ଭାବରେ ଗଢିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତି ରଞ୍ଜନା ଚୋପ୍ରା ।ଓଡ଼ିଶା ଫୂଡ଼୍ ପ୍ରୋ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକ ପୁଞ୍ଜିନିବେଶର ଆଗମନ ସହ ଅଧିକ ନିଯୁକ୍ତି ସୁଜୋଗ ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି ଅଣୁ ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀପ୍ରତାପ କେଶରୀ ଦେବ କହିଛନ୍ତି ।

ଆଜି ଅର୍ଥାତ୍ ଜୁଲାଇ ୧୧ ତାରିଖରେ ଏକ ପ୍ରାକ୍ ସୂଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ଅଣୁ ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।
ଏହା ବ୍ୟତିତ କୃଷି ପତ୍ପାଦନ ଓ କୃଷି ବିଭାଗର ଅତିରିକ୍ତ ମୁଖ୍ୟ ସଚିତ ଶ୍ରୀ ସଂଜୀବ ଚୋପ୍ରା,ଷାର୍ଟ ଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ସଭାପତି ଶ୍ରୀ ଓଂକାର ରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+