କମୁଛି ପାଣି, ଆଗାମୀ ୨୪ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ
ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ବନ୍ୟାଜଳର ପିକ୍ ମୁଣ୍ଡଳି ଅତିକ୍ରମ କରି ସାରିଛି । ସମୁଦ୍ରକୁ ଯିବାକୁ ୨୪ ଘଣ୍ଟା ଲାଗିବ । ତେଣୁ ଆଗାମୀ ୨୪ ଘଣ୍ଟା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି SRC ପ୍ରଦୀପ ଜେନା ।
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ବନ୍ୟାଜଳର ପିକ୍ ମୁଣ୍ଡଳି ଅତିକ୍ରମ କରି ସାରିଛି । ସମୁଦ୍ରକୁ ଯିବାକୁ ୨୪ ଘଣ୍ଟା ଲାଗିବ । ତେଣୁ ଆଗାମୀ ୨୪ ଘଣ୍ଟା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି SRC ପ୍ରଦୀପ ଜେନା ।ଏବେ ସୁଦ୍ଧା ବନ୍ୟା କାରଣରୁ ୪ଟି ଘାଇ ହୋଇଛି । ଆଜି ଗୋପର ଖଣ୍ଡ୍ରୁଆକୁଦ ଓ ରାହାମର ତେରମାଣପୁର ଘେରିବନ୍ଧରେ ଘାଇ ହୋଇଛି । ଅନ୍ୟ ସବୁ ସ୍ଥାନରେ ବନ୍ୟା ଜଳ ପଶି ଯାତାୟତକୁ ପ୍ରଭାବିତ କରିଛି । ସ୍ଥିତିରେ ସୁଧାର ଆସିଲେ ତୁରନ୍ତ ଘାଇକୁ ବନ୍ଦ କରାଯିବ ବୋଲି ଏସଆରସି କହିଛନ୍ତି ।

ମୁଣ୍ଡଳିରେ ଆଜି ସକାଳ ୬ଟା ଯାଏ ଜଳ ପ୍ରବାହ ପିକ୍ ରହିଥିଲା । ୧୨ ଘଣ୍ଟା ପିକ୍ ରହିବା ପରେ ସକାଳ ୬ଟାରୁ କମି ଚାଲିଥିଲା । ଏବେ ମୁଣ୍ଡଳିରେ ଘଣ୍ଟା ପିଛା ୧୭ ହଜାର କ୍ୟୁସେକ୍ କମୁଛି । ୨୦୧୧ ପରେ ପ୍ରଥମ କରି ମୁଣ୍ଡଳିରେ ଏତେ ପାଣି ପାସ୍ କରୁଛି । ଆଉ କିଛି ଘଣ୍ଟା ମଧ୍ୟରେ ତାହା ୨୫ ହଜାର କ୍ୟୁସେକ୍ ହେବା ବୋଲି ଆଶା କରାଯାଉଛି । ସେପଟେ ହୀରାକୁଦରୁ ଆସୁଥିବା ପାଣି ଖଇରମାଳରେ ପହଞ୍ଚିଛି । ଖଇରମାଳରେ ସକାଳେ ୯.୮୪ ଲକ୍ଷ କ୍ୟୁସେକ୍ ପିକ୍ ରହିଥିଲା ।
ସେପଟେ ବନ୍ୟା କାରଣରୁ ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ପ୍ରଶାସନ । ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗର ଟିମ ଏହି ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । ୨୦୧୧ ପରେ ଏତେ ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କିଛି ନଦୀ ଆଖପାଖ ଅଞ୍ଚଳରେ ଘଳିଆ ଦେଖିବାକୁ ମିଳିଛି ।
ବୈତରଣୀ ନଦୀ ଅବବାହିକାରେ ଥିବା କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ବଡ଼ ବନ୍ୟା ନହେଲେ ମଧ୍ୟ ଲଘୁଚାପ କାରଣରୁ ନଦୀରେ ଜଳସ୍ତର ବୃଦ୍ଧି କରିବ । କିନ୍ତୁ ଏହା ବନ୍ୟା ଆଶଙ୍କା ଏଯାଏଁ ସୃଷ୍ଟି କରିନାହିଁ । ବ୍ରାହ୍ମଣୀରେ ଏଯାବତ ବନ୍ୟା ଆଶଙ୍କା ଉପୁଜିନାହିଁ । କାରଣ ରେଙ୍ଗାଲି ଡ୍ୟାମରେ ଜଳସ୍ତର ସେତେ ବୃଦ୍ଧି ପାଇନାହିଁ । କେବଳ ମହାନଦୀ ବେଲ୍ଟରେ ବର୍ଷା ଦେଖିବାକୁ ମିଳିବ । ସେହିଭଳି ମହାନଦୀର ଉପରମୁଣ୍ଡରେ ୧୯ ତାରିଖ ରାତିରୁ ୨୦ ତାରିଖ ସକାଳ ଯାଏଁ ମଧ୍ୟମ ଧରଣର ବର୍ଷା ହେବ । ସେଥିପାଇଁ ସଜାଗ ରହିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତାର ଭାବେ ଯୋଗାଯୋଗ ରହିଛି । ପର୍ଯ୍ୟାପ୍ତ କୀଟ ପାଇଁ କୁହାଯାଇଛି । ଏହା ବାଦ ଆଣ୍ଟି ଭେନମ କୀଟ ଅଧିକ ମହଜୁଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପିକ୍ ଫ୍ଲଡ ଅତିକ୍ରମ କଲା ବେଳେ କୂଳ ଖାଇବାର ସମ୍ଭାବନା ଅଧିକ ଥିବାରୁ କଟକ, କେନ୍ଦ୍ରାପଡା, ପୁରୀ, ଜଗତସିଂହପୁରକୁ ଆଜି ଓଡ୍ରାଫ, ଏନଡିଆରଏଫ, ଫାୟାର ସର୍ଭିସର ଅତିରିକ୍ତ ଟିମ ପଠାଯାଇଛି । ବନ୍ୟାଜଳ କମିବା ମାତ୍ରେ ଟ୍ୱିବୱେଲ ଓ ପାନୀୟ ଜଳକୁ ବିଶୋଧନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଗୋଖାଦ୍ୟ ମଧ୍ୟ ପ୍ରଭାବିତ ଜିଲ୍ଲା ଗୁଡିକୁ ପଠାଯାଉଛି । ପାଣି ଛାଡିବା ମାତ୍ରେ ଆବଶ୍ୟକ ଅନୁସାରେ ରିଲିଫ ମଧ୍ୟ ଯୋଗାଇ ଦିଆଯିବ ବୋଲି ଏସଆରସି କହିଛନ୍ତି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications