ହୀରାକୁଦରେ ଖସୁଛି ଜଳସ୍ତର, ମହାନଦୀରେ ବଢ଼ୁଛି

ଧୀରେ ଧୀରେ ଖସୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦ ଡ୍ୟାମ୍‌ରୁ ଏବେ ୨୮ଟି ଗେଟ୍‌ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି।

ଭୁବନେଶ୍ୱର: ଧୀରେ ଧୀରେ ଖସୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦ ଡ୍ୟାମ୍‌ରୁ ଏବେ ୨୮ଟି ଗେଟ୍‌ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ତେବେ ହୀରାକୁଦରେ ଜଳସ୍ତର ସାମାନ୍ୟ କମିଥିବା ବେଳେ ମହାନଦୀ ବଢିବାରେ ଲାଗିଛି ।

Hirakud

ତେବେ ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, କଲମା ବ୍ୟାରେଜରୁ ପ୍ରବେଶ କରୁଥିବା ଜଳର ପରିମାଣ ଖସୁଛି । ଏବେ ଅଧିକ ଗେଟ୍ ଖୋଲିବାର ଆବଶ୍ୟକତା ନହିଁ । ଯେତିକି ପାଣି ଆସୁଛି ସେତିକି ପାଣି ନିଷ୍କାସିତ ହେଉଛି ।

ସେପଟେ ଆଜି ଦିନ ୧୦ଟାରେ ମୁଣ୍ଡଳିରେ ୬.୨୬ ଲକ୍ଷ କ୍ୟୁସେକ ଜଳ ପାସ୍ କରିଛି । ଆଜି ରାତି ୧୨ଟା ସୁଦ୍ଧା ସାଢ଼େ ୭ ଲକ୍ଷ କ୍ୟୁସେକ ଜଳ ପାସ୍ କରିବ । ତେଣୁ ଏହା ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆଣିପାରେ ବୋଲି କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

ତେବେ ହୀରାକୁଦ ଡ୍ୟାମ୍‌ର ଜଳ ଧାରଣ କ୍ଷମତା ହେଉଛି ୬୩୦ ଫୁଟ। ହୀରାକୁଦ ଜଳ ଭଣ୍ଡାରରେ ୫,୦୪,୮୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪,୭୬,୨୯୪ କ୍ୟୁସେକ୍‌ ଜଳ। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୮.୮୩ ଫୁଟ ଥିବା ବେଳେ ସକାଳ ୮ ସୁଦ୍ଧା ତାହା ଖସି ୬୨୮.୮୧ ଫୁଟରେ ପହଞ୍ଚିଛି। ହେଲେ ସକାଳ ୬ଟାରେ ନରାଜରେ ମହାନଦୀ ଜଳସ୍ତର ୨୫.୫୦ ମିଟର ଥିବା ବେଳେ ସକାଳ ୯ଟାରେ ତାହା ବୃଦ୍ଧି ପାଇ ୨୫.୬୭ ମିରେ ପହଞ୍ଚିଛି। ।

ହୀରାକୁଦ ଡ୍ୟାମ୍‌ରୁ ବନ୍ୟା ଜଳ ଛଡ଼ାଯିବା ପରେ ଖୋର୍ଦ୍ଧା ବ୍ଲକର ୩ଟି ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ୱ ଗାଁ ପାଣି ଘେରରେ ରହିଛି। ଓରବରସିଂହ, ବ୍ରଜମୋହନପୁର, ନରଣଗଡ଼ ପଞ୍ଚାୟତ ଏବେ ପାଣି ଘେରରେ ଥିବା ବେଳେ ଲୋକେ ଏକ ପ୍ରକାର ଜଳବନ୍ଦୀ ହୋଇ ଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+