ଗାଁରେ ପଶିଲା ବନ୍ୟାଜଳ ,ହରଭଙ୍ଗା ବ୍ଲକର ୧୦ଟି ପଞ୍ଚାୟତର ୫୫ଟି ଗାଁ ପାଣି ଘରରେ
Odisha Flood Update :ଗାଁରେ ପଶିଲା ବନ୍ୟାଜଳ ,ହରଭଙ୍ଗା ବ୍ଲକର ୧୦ଟି ପଞ୍ଚାୟତର ୫୫ଟି ଗାଁ ପାଣି ଘରରେ
ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ବୃଦ୍ଧି ପାଇବାରେ ଲାଗିଛି ମହାନଦୀର ଜଳସ୍ତର । ସେପଟେ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଆଶଙ୍କା ଦୃଢ଼ିଭୂତ କହିଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଆଜି ସକାଳ ୮ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୨୬.୮୫ ଫୁଟ୍ । ଡ୍ୟାମ୍ ରେ ପ୍ରବେଶ କରୁଛି ୪,୬୪,୦୦୩ କ୍ୟୁସେକ୍ ଜଳ । ଡ୍ୟାମ୍ ରୁ ନିଷ୍କାସନ ହେଉଛି ୪,୮୦,୦୯୨ କ୍ୟୁସେକ୍ ଜଳ । ସମ୍ବଲପୁର ହୀରାକୁଦର ୩୪ଟି ଗେଡ୍ ଖୋଲିବା ପରେ ବଢିଲା ବନ୍ୟାପାଣି । ପ୍ରବଳ ବର୍ଷା ଓ ଡ୍ୟାମ ଭରୁଥିବାରୁ ସହରର ତଳି ଅଞ୍ଚଳରେ ପଶିଲାଣି ପାଣି । ତଳି ଅଞ୍ଚଳରୁ ୧୫ ଶହ ଲୋକଙ୍କୁ ୭ଟି ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ସମ୍ବଲପୁର-ସୁବର୍ଣ୍ଣପୁର ରାସ୍ତାର ମାଳତୀ ଗୁଣ୍ତେରପୁର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି ଯେଉଁଥି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନ୍ଏଚ୍ -୧୫ ଉପରେ ୪ ଫୁଟର ବନ୍ୟାଜଳ ପାଇଁ ଗମନାଗମନ ଠପ୍ ।


ସେପଟେ ବୌଦ୍ଧ ଜିଲ୍ଲାରେ ତେଲନଦୀ ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ଫିଳରେ ବୌଦ୍ଧ ସହର ଭିତରେ ପଶିଲା ପାଣି । ବୁଡ଼ିଲା ନୂଆସାହି । ପାଣିଘେର ଭିତରେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ । ଜିଲ୍ଲାର ହରଭଙ୍ଗା ବ୍ଲକରେ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାରେ ୫୫ଟି ଗାଁ ପ୍ରଭାବିତ ହୋଇଛି । ମହାନଦୀରେ ବନ୍ୟା ପାଇଁ ହରଭଙ୍ଗା-ଧଳପୁର ଜଗନ୍ନାଥସଡ଼କର ସାକୁସିଙ୍ଗା ନାଳ, ଡିଆଁଘାଟ ପୋଲ, ମଲ୍ଲିକପଡ଼ା ପୋଲ, କୁଶିାସିଙ୍ଗା ନାଳ, ସଦଲଗଣ୍ଡା ନାଳ ଭେଜିଗୋରା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ।













Click it and Unblock the Notifications