Get Updates
Get notified of breaking news, exclusive insights, and must-see stories!

ବନ୍ୟା ଖବର: ଲଗାଣ ବର୍ଷାରେ ବେହାଲ କନ୍ଧମାଳ, ରାସ୍ତାରେ ଚାଲୁଛି ୩ ଫୁଟର ପାଣି

ଲଗାଣ ବର୍ଷାରେ ବେହାଲ କନ୍ଧମାଳ ଜିଲ୍ଲା । ବିଭିନ୍ନ ସ୍ଥାନରେ ଘରେ ପାଣି ପଶିଥିବା ବେଳେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଗତରାତିଠାରୁ ଲଗାଣ ବର୍ଷା ହେବା ଯୋଗୁ ଫୁଲବାଣୀର ଢିପାସାହିର ରାସ୍ତା ଉପରେ ୩ ଫୁଟର ପାଣି ଚାଲୁଥିବା ବେଳେ ଘରେ ଲୋକଙ୍କର ପାଣି ପଶ

ଫୁଲବାଣୀ: ଲଗାଣ ବର୍ଷାରେ ବେହାଲ କନ୍ଧମାଳ ଜିଲ୍ଲା । ବିଭିନ୍ନ ସ୍ଥାନରେ ଘରେ ପାଣି ପଶିଥିବା ବେଳେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଗତରାତିଠାରୁ ଲଗାଣ ବର୍ଷା ହେବା ଯୋଗୁ ଫୁଲବାଣୀର ଢିପାସାହିର ରାସ୍ତା ଉପରେ ୩ ଫୁଟର ପାଣି ଚାଲୁଥିବା ବେଳେ ଘରେ ଲୋକଙ୍କର ପାଣି ପଶିଥିବାର ଦେଖିବାକୁ ମିଳିଛି ।

Odisha Flood News

ନିଜ ନିଜ କାର୍ଯ୍ୟ କରିବା ପାଇଁ ଲୋକେ ବାହାରକୁ ବାହାରିବା କଷ୍ଟ ଦାୟକ ହୋଇପଡିଛି । ନାଳରେ ପାଣି ଆସିବା ଯୋଗୁ ଫୁଲବାଣୀ ଠାରୁ କୁମ୍ଭାର ପଡାକୁ ଯାତାୟତ ଏକ ପ୍ରକାର୍ ବିଛିନ୍ନ ହୋଇପଡିଛି । ସେହିଭଳି ପିଲା ସଲୁଙ୍କି ନଦୀରେ ଜଳ ସ୍ତର ବଢିବା ଯୋଗୁ ନଦୀଖଣ୍ଡି ଏବଂ ଡାକପାଲା ଡ୍ୟାମ୍ ଉପରେ ଚାରି ଫୁଟ ଉପରେ ପାଣି ପ୍ରବାହିତ ହେବା ଦ୍ବାରା ଡାକପାଲା, ଦାମୀଗାଁ ଯାତାୟତ ବିଛିନ୍ନ ହୋଇଛି ।

ଲଗାଣ ବର୍ଷା ଯୋଗୁଁ ମାଦିକୁନ୍ଦା ଛକଠାରେ ଗୋଟିଏ ବଡ଼ ଗଛ ପଡ଼ିବା ଦ୍ଵାରା ପାଞ୍ଚଟି ଦୋକାନ ଘର ସହ ରାସ୍ତା ଅବରୋଧ ହୋଇଛି । ଦୋକାନ ଘର ଉପରେ ଗଛ ପଡ଼ିବା ଦ୍ଵାରା ଦୋକାନର ଜିନିଷଗୁଡ଼ିକ ନଷ୍ଟ ହୋଇଛି । ସେହିଭଳି ଚକାପାଦ ବ୍ଲୋକର ପୋଡ଼ାମାହା ଘାଟିରେ ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଉପରେ ବଡ଼ ବଡ଼ ପଥର ଏବଂ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଚକାପାଦ, ବେହେରାଗାଁ, ପୋଡ଼ାମାହା, ଟିକାବାଲିକୁ ଯାତାୟତ ଠପ୍ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+