Odisha Flood: ଏକାଧିକ ସ୍ଥାନରେ ସତର୍କ ସଙ୍କେତ ଉପରେ ବନ୍ୟାଜଳ

ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର। ରାଜଘାଟରେ ୯.୫୫ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଜଳକା ନଦୀର ଜଳସ୍ତର ବି ବିପଦ ସଙ୍କେତ ଅତିକ୍ରମ କରିଛି। ବସ୍ତା ବ୍ଲକର ୮ ଓ ସଦର ବ୍ଲକର ଦୁଇଟି ପଞ୍ଚାୟତ ପ୍ରଭାବିତ ହୋଇଛି। ବାଲିଆପାଳ , ଭୋଗରାଇ ଓ ଜଳେଶ୍ଵର ଅଞ୍ଚଳ ସମ୍ପୂର୍ଣ୍ଣ ପାଣିଘେରରେ ରହିଛି।

Floodwaters

ସେପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟା ଜଳ। ଆଖୁଆପଦାରେ ୧୮.୯୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଅନେକ ଗାଁ ପାଣିଘେରରେ ରହିଛି। ଅନ୍ୟପଟେ ବଣାଇ ଲହୁଣିପଦା-ବାହାଡାପଶି ରାସ୍ତାର ସୀମା ଜୋର ନିକଟରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି। ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ନେଇ ଲାଲେଇ, ଜକେଇକଳା ଏବଂ ଜଙ୍ଗଳା ଗାଁଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଉପରମୁଣ୍ଡରେ ଫୁଲୁଛି ମହାନଦୀ, ବଢ଼ୁଛି ଜଳସ୍ତର । ହୀରାକୁଦ ଡ୍ୟାମର ୨୦ ଗେଟ୍ ଦେଇ ଜଳ ନିଷ୍କାସନ। ଡ୍ୟାମ ବାମପାର୍ଶ୍ବରେ ୧୩ଟି ଓ ଡାହାଣପାର୍ଶ୍ବରେ ୭ଟି ଗେଟ୍ ଖୋଲା ରହିଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ୍ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ଲକ୍ଷ ୪୨ ହଜାର୪୪୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୩ଲକ୍ଷ ୪୧ ହଜାର ୮୩୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ସେପଟେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପରେ ଫୁଲୁଛି ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା । ଉପରମୁଣ୍ଡରେ ବର୍ଷା ପରେ ଗାଲଡିହି ଗେଟ୍ ଖୋଲାଯାଇଛି । ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି ସକାଳ ୧୦ଟାରେ ରାଜଘାଟ ଅତିକ୍ରମ କରିବ । ଯାହାଫଳରେ ସୁବର୍ଣ୍ଣରେଖାର ତଳିଆ ଅଂଚଳରେ ଆଜି ଆହୁରି ପାଣି ପଶିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+