Get Updates
Get notified of breaking news, exclusive insights, and must-see stories!

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ: ଭାଙ୍ଗିଛି ୧୮୬୬ ଘର, ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକେ ଏବେ ବି ଜଳବନ୍ଦୀରେ

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ । ଚଳିତ ବନ୍ୟାରେ ୭ ଲକ୍ଷ ୧୩ ହଜାର ଲୋକ ପ୍ରଭାବିତ ହୋଇଥିବା କହିଛନ୍ତି ସରକାର । ଏବେ ବି ୪ ଲକ୍ଷ ୭୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।

ଭୁବନେଶ୍ୱର: ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ । ଚଳିତ ବନ୍ୟାରେ ୭ ଲକ୍ଷ ୧୩ ହଜାର ଲୋକ ପ୍ରଭାବିତ ହୋଇଥିବା କହିଛନ୍ତି ସରକାର । ଏବେ ବି ୪ ଲକ୍ଷ ୭୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ୧୩ଟି ଜିଲ୍ଲାର ୭୩ଟି ବ୍ଲକର ୬୦୭ ପଞ୍ଚାୟତ ପ୍ରଭାବିତ ହୋଇଛି । ଏଥିରେ ୨୨୩୨ଟି ଗାଁ ରହିଛି । ୨୪୮ ରିଲିଫ୍ କେନ୍ଦ୍ରରେ ୧ ଲକ୍ଷ ୪ ଲକ୍ଷ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।

Odisha Flood

ସେହିପରି ଲଗାଣ ବର୍ଷା ଯୋଗୁଁ ୩୯ ଶହ ୧୬ଟି ଘର ଭାଙ୍ଗିଥିବା କୁହାଯାଇଛି । ଲଗାଣ ବର୍ଷା ଯୋଗୁଁ ୮ଟି ଜିଲ୍ଳାର ୫୨ଟି ବ୍ଳକ ପ୍ରଭାବିତ ହୋଇଛି । ୫୨୪ଟି ଗାଁର ପ୍ରାୟ ୨୭ ହଜାର ଲୋକ ପ୍ରଭାବିତ ହୋଇଥିବା କହିଛନ୍ତି ସରକାର ।

ସେପଟେ ଚଳିତ ବନ୍ୟା ଓ ଲଗାଣ ବର୍ଷା ଯୋଗୁ ଫସଲ, ମତ୍ସ୍ୟ ଓ ପଶୁସମ୍ପଦର କ୍ଷୟକ୍ଷତି ରିପୋର୍ଟ ଚଳିତମାସ ୨୭ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି କୃଷି ଭବନରେ ବିଭାଗର ପ୍ରମୁଖ ସଚିବ, ସମସ୍ତ ନିର୍ଦ୍ଦେଶକ, ସମସ୍ତ ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ପଶୁସମ୍ପଦ ଅଧିକାରୀ ଓ କ୍ଷେତ୍ର ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକ କରି ବନ୍ୟା ଓ ଲଗାଣ ବର୍ଷା ଯୋଗୁ ଉପୁଜିଥିବା ସ୍ଥିତି ସମ୍ପର୍କରେ ବିଚାରବିମର୍ଶ କରିଛନ୍ତି । ପ୍ରଭାବିତ ଚାଷୀଙ୍କ ଫସଲର ବିକଳ୍ପ ବ୍ୟବସ୍ଥା ଓ ପ୍ରଭାବିତ ମତ୍ସ୍ୟ ଓ ପଶୁସମ୍ପଦର ସୁରକ୍ଷା ଦିଗରେ ବିଭାଗୀୟ ଅଧିକାରୀମାନଙ୍କୁ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+