ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ: ଉଜୁଡ଼ି ଯାଇଛି ୧ ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି
ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ । ରାଜ୍ୟରେ ଆସିଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏଥର ବନ୍ୟା ପୂରାପୂରି ଭାବେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ରିପୋର୍ଟ କହୁଛି ଯେ, ଚଳିତ ବନ୍ୟାରେ ୧ ଲକ୍ଷ ୨୦ ହଜାର ହେକ୍ଟର ଜମିରେ ଚାଷ କ୍ଷତ
ଭୁବନେଶ୍ବର: ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ । ରାଜ୍ୟରେ ଆସିଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏଥର ବନ୍ୟା ପୂରାପୂରି ଭାବେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ରିପୋର୍ଟ କହୁଛି ଯେ, ଚଳିତ ବନ୍ୟାରେ ୧ ଲକ୍ଷ ୨୦ ହଜାର ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଯାଇଛି। ବନ୍ୟା ଓ ବର୍ଷାରେ ରାଜ୍ୟର ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି । ୧୦ଟି ଜିଲ୍ଲାର ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ତେବେ ଜଗତସିଂହପୁରରେ ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତି ହୋଇଛି । କଟକ, ଭଦ୍ରକ, ଯାଜପୁର, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୋନପୁରରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି ।
ଗତକାଲି କୃଷିମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ। ପ୍ରଭାବିତ ଅଞ୍ଚଳରେ ସଅଳ କିସମ ଫସଲର ବିହନ ଯୋଗାଇ ଦେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ପ୍ରଭାବିତ ଅଞ୍ଚଳରେ ଡାଲି ଜାତୀୟ ବିହନ ସେପ୍ଟେମ୍ବର ମାସ ସୁଦ୍ଧା ଚାଷୀମାନଙ୍କୁ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସବୁ ଚାଷୀମାନଙ୍କୁ ହାଇବ୍ରିଡ଼ ପନିପରିବା ବିହନ, ବନ୍ଧାକୋବି, ଫୁଲକୋବି ଆଦିର ବିହନ କିପରି ସୁବିଧାରେ ଯୋଗାଇ ଦିଆଯାଇ ପାରିବ ତା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।












Click it and Unblock the Notifications