Get Updates
Get notified of breaking news, exclusive insights, and must-see stories!

ବନ୍ୟା ପାଣିରେ ଭାସିଗଲା କାର୍‌, ମିଳିଲା ୨ ମୃତଦେହ

Odisha Flood 2022:Two Deadbody Rescued From Flood Water Near Sambalpur ,ବନ୍ୟା ପାଣିରେ ଭାସିଗଲା କାର୍‌, ମିଳିଲା ୨ ମୃତଦେହ

ସମ୍ବଲପୁର: ବନ୍ୟା ପାଣିରେ ଭାସିଗଲା କାର୍‌ । ମିଳିଲା ୨ ଜଣଙ୍କ ମୃତଦେହ । ବର୍ଷା ଯୋଗୁଁ ନାଳ ପୋଲ ଉପରେ ଚାଲୁଥିଲା ୫ ଫୁଟର ପାଣି । ଯେଉଁଥିରେ ଭାସିଯାଇଥିଲା କାର୍ । ପୋଲ ଅତିକ୍ରମ ବେଳେ ଘଟିଥିଲା ଦୁର୍ଘଟଣା । ମୃତକ ହେଲେ ଗୁଣ୍ଡୁରୁଚୁଆଁ ଗାଁର ତାପସ ନାୟକ ଓ ପ୍ରତାପ ପଟେଲ । ଏବେ ବି ଭାସିଯାଇଥିବା କାରଟି ନାଳ ଭିତରେ ଫସି ରହିଛି ।

flood car

ତେବେ ଗତକାଲି ସମ୍ବଲପୁର ଜମନକିରା ବ୍ଲକ ନକଟିପାଲି ଗ୍ରାମ ରାସ୍ତାରେ କାରଟି ପୋଲ ଅତିକ୍ରମ କରୁଥିବା ସମୟରେ ସ୍ରୋତରେ ଭାରସାମ୍ୟ ହରାଇ ପାଣିରେ ଭାସି ଯାଇଥିଲା । ଯାତ୍ରୀ କାର ଭିତରୁ ବାହାରକୁ ବାହାରି ପାରି ନଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଗତକାଲି ରାତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା ଖୋଜାଖାଜି ପରେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବର୍ଷା ଯୋଗୁଁ ନାଳ ପୋଲ ଉପରେ ଚାଲୁଥିଲା ୫ ଫୁଟର ପାଣି । ତେବେ କାରରେ କେତେଜଣ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏସଆରସି ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି । ଜଳ ପ୍ରବାହିତ ହେଉଥିବା ସ୍ଥାନରେ ବିପଦସଙ୍କୁଳ ଭାବେ ଯିବା ଆସିବା ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+