Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ବରରୁ ଜୟପୁର ଉଡ଼ିଲା ବିମାନ, ଟିକେଟର ମୂଲ୍ୟ ୯୯୯ ଟଙ୍କା

ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡିବା ଆରମ୍ଭ କରିଛି ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର: ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡିବା ଆରମ୍ଭ କରିଛି ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ବହୁଦିନର ସ୍ବପ୍ନ ଆଜି ପୂରଣ ହୋଇଛି।

Jaipur

ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଇଣ୍ଡିଆ ୱାନ ଏୟାରର ୯ ସିଟ୍ ବିଶିଷ୍ଟ ବିମାନ ବାହାରି ଜୟପୁର ବିମାନବନ୍ଦରରେ ପହଞ୍ଚିବ। ଯାତ୍ରୀଙ୍କ ପାଇଁ ଟିକେଟର ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି । ଉଭୟ ଭୁବନେଶ୍ୱରରୁ ଜୟପୁର ଏବଂ ଜୟପୁରରୁ ଭୁବନେଶ୍ୱର ଯିବା ପାଇଁ ଟିକେଟର ମୂଲ୍ୟ ୯୯୯ ରଖାଯାଇଥିବା ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ଗୋଟାଏ ୨୦ରେ ପହଞ୍ଚିବ । ସେଠାରୁ ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରି ୨ଟା ୩୦ରେ ପହଞ୍ଚିବ । ପୁଣି ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ବାହାରି ୫ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ । ଏହା ପୂର୍ବରୁ ଝାରସୁଗଡା ସହରକୁ ବିମାନ ସେବା ଆରମ୍ଭ ହୋଇଥିଲା ।

ସୂଚନାଯୋଗ୍ୟ, ଗତ ୨୦ତାରିଖ ଦିନ ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆ ଯାଇଥିଲା। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର ବିମାନ ଉଡିବା ପାଇଁ ବିଞପ୍ତି ପ୍ରକାଶ କରିଥିଲା। 'ଇଣ୍ଡିଆ ୱାନ ଏୟାର' ପକ୍ଷରୁ ଟୁଇଟ୍ କରି ୩୧ତାରିଖରୁ ଭୁବନେଶ୍ବର-ଜୟପୁରକୁ ବିମାନ ଚଳାଚଳ କରିବାକୁ ସୂଚନା ଦିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+