Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ ପ୍ରଥମଥର : ମେଡିକାଲ କଲେଜରେ ସହକାରୀ ପ୍ରଫେସର ପାଇଁ ଲିଖିତ ପରୀକ୍ଷା

ପ୍ରଥମ ଥର ପାଇଁ ରାଜ୍ୟ ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ସହକାରୀ ପ୍ରଫେସର ନିଯୁକ୍ତି ପାଇଁ ଓପିଏସସି ଏକ ଲିଖିତ ପରୀକ୍ଷା କରିବ ।

ଭୁବନେଶ୍ୱର : ପ୍ରଥମ ଥର ପାଇଁ ରାଜ୍ୟ ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ସହକାରୀ ପ୍ରଫେସର (ସୁପର ସ୍ପେସିଆଲିଟି) ନିଯୁକ୍ତି ପାଇଁ ଓପିଏସସି ଏକ ଲିଖିତ ପରୀକ୍ଷା କରିବ ।
ଏ ସଂକ୍ରାନ୍ତରେ ଆୟୋଗଙ୍କ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତ ଅନୁଯାୟୀ ଫେବୃଆରୀ 14 ରେ କଟକର ଚହଟା ନଗରରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ଠାରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।

ଓପିଏସସି

କ୍ଲିନିକାଲ ହେମାଟୋଲୋଜି, ସିଟିଭିଏସ୍ (କାର୍ଡିଓ ଥୋରାସିକ୍ ଭାସ୍କୁଲାର ସର୍ଜରୀ) , ଏଣ୍ଡୋକ୍ରିନୋଲୋଜି, ହେପାଟୋଲୋଜି, ନେଫ୍ରୋଲୋଜି, ନ୍ୟୁରୋ ସର୍ଜରୀ, ଶିଶୁରୋଗ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ, ୟୁରୋଲୋଜି ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଆଦି ବିଷୟରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପଏସସି ଜାରି କରିଥିବା ବିଜ୍ଞପ୍ତିରେ ସୂଚନା ମିଳିଛି । ଏହି ପରୀକ୍ଷା ଦୁଇଟି ସିଟିଂରେ ସକାଳ 10 ଟାରୁ ଦିନ 1 ଟା ଏବଂ 2 ଟା ରୁ 5 ଟା ପର୍ଯ୍ୟନ୍ତ କରାଯିବ । ନିର୍ଦ୍ଦେଶ ଅନୁଯାୟୀ, ପ୍ରାର୍ଥୀଙ୍କୁ OPSC ୱେବସାଇଟ୍ www.opsc.gov.in ରୁ ଆଡମିଶନ ସାର୍ଟିଫିକେଟ୍, ରୋଲ୍ ନମ୍ବର ଏବଂ ଲିଖିତ ପରୀକ୍ଷାର ବିବରଣୀ ଉପରେ ନିର୍ଦ୍ଦେଶନାମା ଡାଉନଲୋଡ୍ କରିବାକୁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+